Home > ସଂମ୍ପୂର୍ଣ୍ଣ ଖବର
ଚୀନ ଯୋଗୁଁ ପାକିସ୍ତାନରେ କରୋନା ବ୍ୟାପୁଛି, ପାକିସ୍ତାନକୁ ବନ୍ଧୁତ୍ୱ ପଡୁଛି ମହଙ୍ଗା?
Khabar Odisha:International-China-Pakistan-friendship-impact-coronavirus-outbreak-in-Pakistani-army-9-dead

ନୂଆଦିଲ୍ଲୀ, ମାର୍ଚ୍ଚ ୨୭ (ଖବର ଓଡ଼ିଶା): ଚୀନରୁ ଖୋଲାଯାଇଥିବା ସୀମା ଏବଂ ବ୍ୟାପକ ଭାବେ ଚୀନ ନାଗରିକଙ୍କ ସହ ମିଶିବା ଏବେ ପାକିସ୍ତାନକୁ ଏହାର ଫଳ ଭୋଗିବାକୁ ପଡୁଛି । ସୂତ୍ର ଅନୁସାରେ ପାକିସ୍ତାନର ସେନାର ଯବାନମାନେ କରୋନା ସଂକ୍ରମଣର ଶିକାର ହୋଇଥିବା ଜଣାଯାଇଛି । ମୋଟ ୨୫୦ ଜଣ ସୈନିକ ସଂକ୍ରମଣ ଥିବା ସନ୍ଦେହ କରାଯାଉଛି । ଯେଉଁମାନେ ସଂକ୍ରମିତ ଅଛନ୍ତି, ସେମାନଙ୍କୁ ଆଇସୋଲେଶନକୁ ପଠାଇ ଦିଆଯାଉଛି । ଏପର୍ଯ୍ୟନ୍ତ ୪୦ ଜଣ ଯବାନଙ୍କ ନମୁନା ପଜିଟିଭ ଆସିଛି । ଭାରତର ପାକିସ୍ତାନ ଓ ଚୀନ ସହିତ ଭଲ ସଂପର୍କ ନାହିଁ । ତେଣୁ ଚୀନ ଓ ପାକିସ୍ତାନ ମଧ୍ୟରେ ଭଲ ସଂକର୍ପ ଅଛି । କିନ୍ତୁ ଏବେ ଯେତେବେଳେ କରୋନା ରୋଗ ବିଶ୍ୱକୁ ବ୍ୟାପିଛି, ପାକିସ୍ତାନକୁ ନଜର ଦେଉନାହିଁ ପାକିସ୍ତାନ । 

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗିଲଗିଟ-ବାଲ୍ଟିସ୍ତାନରେ ୨୮, ଡୋମେଲରେ ୪୧, ବାଗରେ ୯ ଜଣ, ରାୱଲାକୋଟରେ ୧୪ ଜଣ, ମୀରପୁରରେ ୪୫ ଓ ପଖତୁନଖାରେ ୫୫ ପାକିସ୍ତାନୀ ସୈନିକ ସଂଗରୋଧରେ ଅଛନ୍ତି । ସେହିଭଳି ମୁଜଫରାବାଦରେ ୨୧, ରାୱଲାକୋଟାରେ ୯ ଜଣ, କୋଟଲିରେ ୨ ଜଣ, ବଲୋଚିସ୍ତାନରେ ୮ ଜଣ ଓ ଖାଇବର ପଖତୁନଖା-ପଂଜାବରେ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । 

କରୋନା ଭାଇରସ ସଂକ୍ରମଣରେ ପାକିସ୍ତାନ ମଧ୍ୟ ଅତିଷ୍ଠ ହୋଇଛି । ଗୁରୁବାର ସୁଦ୍ଧା ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୦୧ ଜଣ ସଂକ୍ରମିତ ଅଛନ୍ତି । ଏହା ପରେ ମଧ୍ୟ ପାକିସ୍ଥାନର ନିଜର ଖରାପ ପ୍ରକୃତି ବନ୍ଦ କରି ନାହିଁ । ସ୍ଥାନୀୟ ଲୋକଙ୍କ ବିରୋଧ ପରେ ବି ପାକିସ୍ତାନୀ ସେନା କୋଭିଡ-୧୯ ରୋଗୀଙ୍କୁ ପାକିସ୍ତାନ ଅଧିକୃତ କଶ୍ମୀର ଓ ଗିଲଗିଟ-ବଲ୍ଟିସ୍ତାନ ଅଞ୍ଚଳକୁ ପଠାଇବା ଆରମ୍ଭ କରିଛି । ଏହା ଦୁଇଟି ଅଞ୍ଚଳ ହେଉଛି ପାକିସ୍ତାନର ସବୁଠାରୁ ପଛୁଆ ବୋଲି ସମସ୍ତେ ଜାଣନ୍ତି ।

 

  • Tags: