Home > ସଂମ୍ପୂର୍ଣ୍ଣ ଖବର
କରୋନା ଭାଇରସରେ ଅନ୍ୟ ଜଣେ ଭାରତୀୟଙ୍କ ମୃତ୍ୟୁ, ଆମେରିକାରେ ରହୁଥିଲେ
Khabar Odisha:International-Popular-Indian-chef-died-in-New-York-of-America-due-to-coronavirus-more-than-1000-lost-life-in-USA

ନ୍ୟୁୟର୍କ, ମାର୍ଚ୍ଚ ୨୬ (ଖବର ଓଡ଼ିଶା): ଭାରତରେ ଜନ୍ମ ନେଇଥିବା ଇଣ୍ଟରନ୍ୟାସନାଲ ଶେଫ ଫ୍ଲାଏଡଙ୍କ କରୋନା ଭାଇରସ ଯୋଗୁଁ ଆମେରିକାରେ ମୃତ୍ୟୁ ହୋଇଛି । ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ଏଭିଏସ ଟିଭି ଏହି ସୂଚନା ଦେଇଛି । ନ୍ୟୁଜର୍ସିର ଟିଭି ନେଟୱର୍କ ଅନୁସାରେ ତାଙ୍କ ପରିବାର ଲୋକେ ଏହା ସ୍ପଷ୍ଟ କରିଛନ୍ତି । ପରିବାର ଲୋକଙ୍କ କହିବା ଅନୁସାରେ ବୁଧବାର ନ୍ୟୁୟର୍କସ୍ଥିତ ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । 

କାଡରୋଜ ହଙ୍ଗର ଇଙ୍କର ସହ-ମାଲିକ ଥିଲେ, ଯାହାର ନେତୃତ୍ୱରେ ମୁମ୍ବାଇରେ ୩ଟି ରେସ୍ତୁରାଁ ପରିଚାଳିତ ହେଉଥିଲା । ସେଗୁଡ଼ିକ ହେଲା ବମ୍ବେ କ୍ୟାଣ୍ଟିନ, ଓ ପ୍ରେଡୋ ଓ ବମ୍ବେ ସୁଇଟ ସପ । ଗଣମାଧ୍ୟମର ରିପୋର୍ଟ ଅନୁସାରେ କାଡରୋଜ ନ୍ୟୁୟର୍କରେ କୋଭିଡ-୧୯ରେ ସଂକ୍ରମିତ ଥିଲେ । ତାଙ୍କ ସହିତ ସଂପର୍କ ରଖିଥିବା ଲୋକଙ୍କୁ ସତର୍କ ସୂଚନା ଦିଆଯାଇଛି । 

ସୂଚନାଯୋଗ୍ୟ ଆମେରିକାରେ କରୋନା ଭାଇରସ ଯୋଗୁଁ ସଂକ୍ରମିତ ସଂଖ୍ୟା ଗୁରୁବାର ସକାଳ ୮ଟା (ମାର୍ଚ୍ଚ ୨୬)ରେ ୬୮ ହଜାର ୨୦୩ରେ ପହଞ୍ଚିଛି । ମୋଟ ୧ ହଜାର ୨୭ ଜଣଙ୍କ ମୃତ୍ୟୁ ହୋଇସାରିଛି । ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରରୁ କରୋନାର ମୂଳୋତ୍ପାଟନ ହୋଇପାରୁ ନାହିଁ । 

 

  • Tags: