Home > ସଂମ୍ପୂର୍ଣ୍ଣ ଖବର
କରୋନା ମୁକାବିଲା ନିମନ୍ତେ ରେଳବାଇ ପ୍ରସ୍ତୁତ କଲା ଆଇସୋଲେସନ ବଗି
Khabar Odisha:Isolation-coaches-have-been-prepared-by-the-Indian-Railways-to-fight-the-Coronavirus
ନୂଆଦିଲ୍ଲୀ, ମାର୍ଚ୍ଚ ୨୮ (ଖବର ଓଡ଼ିଶା):

ମହାମାରୀ କରୋନାକୁ ମୁକାବିଲା କରିବା ନିମନ୍ତେ ଭାରତ ସରକାରଙ୍କୁ ସହୟତାର ହାତ ବଢାଇଲା ଭାରତୀୟ ରେଳବାଇ । ରେଳବାଇ ଟ୍ରେନରେ ଥିବା ଜେନେରାଲ ବଗିଗୁଡିକୁ(ଏସି ନଥିବା) ଆଇସୋଲେସନ ୱାର୍ଡରେ ରୂପାନ୍ତରିତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି। ଏହି ଆଇସୋଲେସନ ବଗି ଗୁଡିକରେ କରୋନା ସଂକ୍ରମିତ ଥିବା ବ୍ୟକ୍ତିମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ ଏହା ସହ ଏହି ବଗି ଗୁଡିକରେ ଆବଶ୍ୟକ ଥିବା ସମସ୍ତ ଔଷଧ ଓ ଖାଦ୍ୟ ପାନୀୟର ମଧ୍ୟ ବ୍ୟବସ୍ଥା କରାଯାଇଛି।

ଭାରତୀୟ ରେଳବାଇର ସୂଚନା ଅନୁସାରେ ଯଦି କେନ୍ଦ୍ର ସରକାର ରେଳବାଇ ଏହି ପ୍ରୟାସକୁ ସବୁଜ ସଙ୍କେତ ପ୍ରଦାନ କରନ୍ତି ତେବେ ପ୍ରତ୍ୟେକ ରେଳବାଇ ଜୋନରେ ପ୍ରତି ସପ୍ତାହ ମଧ୍ୟରେ 10ଟି ବଗିକୁ ଆଇସୋଲେସନ ପାଇଁ ପ୍ରସ୍ତୁତ କରିଦେବ ଭାରତୀୟ ରେଳବାଇ ଏହା ଦ୍ୱାରା ଦୂରବର୍ତ୍ତୀ ଅଞ୍ଚଳ ତଥା ଗ୍ରାମୀଣ ଅ଼ଞ୍ଚଳର ଲୋକମାନଙ୍କୁ ସାହାର୍ଯ୍ୟ ମିଳିପାରିବ।

  • Tags: