Home > ସଂମ୍ପୂର୍ଣ୍ଣ ଖବର
ସୂକ୍ଷ୍ମକଳାର ଇଶ୍ୱର: ପେନ୍‌ସିଲ ମୁନରେ ଆଙ୍କିଲେ ନର୍ତ୍ତକିର ପ୍ରତିକୃତି
Khabar Odisha:Iswar-art-international-womens-day

କେତେବେଳେ କାଚ ବୋତଲ ଭିତରେ ତ କେତେବେଳେ ଖଡ଼ି, ସାବୁନ୍ ଉପରେ ତ ଆଉକେତେବେଳେ ଚାଉଳ, ପେନସିଲ ଓ କଇଁଆ ମଞ୍ଜି ଉପରେ ସୁକ୍ଷ୍ମାଦିସୁକ୍ଷ୍ମ କଳା ପ୍ରସ୍ତୁତ କରି ଶୁଭେଚ୍ଛା ଜଣାଇଥାନ୍ତି ଇଶ୍ୱର। ନିକଟରେ ମହିଳାଙ୍କୁ ଶୁଭେଚ୍ଛା ଜଣାଇ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ପେନ୍‌ସିଲ ମୁନରେ ଖୋଦେଇ କଳାକୃତି ନିର୍ମାଣ କରିଛନ୍ତି ବୋଟଲ ମ୍ୟାନ୍ ଇଶ୍ୱର ।

ଖୋର୍ଦ୍ଧା ଜିଲ୍ଲା ଜଟଣି ସ୍ଥିତ ହାଟବଜାର, ଗୋପିନାଥପୁର ନିବାସୀ ଏଲ.ଇଶ୍ୱର ପିଲାଦିନର ଆଗ୍ରହକୁ ନିଶାରେ ପରିଣତ କରି ଚକ୍, କଇଁଆ ମଞ୍ଜି, ମାର୍ବଲ, ଦିଆସିଲ, ସାବୁନ୍, କଲର ପେନସିଲ୍ ଏପରିକି କାଠରେ ମଧ୍ୟ ସେ ନିଜ କଳାକୁ ଦେଇ ପାରନ୍ତି ଜୀବନ। ବିଭିନ୍ନ ପର୍ବପର୍ବାଣି ଆସିଲେ କାହାରି ପ୍ରୋତ୍ସାହନ ବିନା ସେ ବିଭିନ୍ନ କଳାକୃତି ପ୍ରସ୍ତୁତ କରନ୍ତି ।

ନିଜ ମନର ଭାବନା, ପରିକଳ୍ପନାକୁ ନିଜ କଳାରେ ରୁପ ଦେଇ ଗଢିତୋଳନ୍ତି ଗୋଟିଏପରେ ଗୋଟିଏ କଳାକୃତି। ରେକର୍ଡ ନିଶାରେ ଗୋଟିଏପରେ ଗୋଟିଏ କଳାକୃତି ପ୍ରସ୍ତତ କରନ୍ତି ବୋଲି କୁହନ୍ତି ଇଶ୍ୱର।