Home > ସଂମ୍ପୂର୍ଣ୍ଣ ଖବର
ମୁଁ ମୋଦି କିମ୍ବା ରାହୁଲ ବିରୋଧୀ ନୁହେଁ, ତାଙ୍କ ବିଚାରଧାରାକୁ ବିରୋଧ କରେ: କମଲ ହାସନ
Khabar Odisha:Kamal-Hasaan-said-Hes-not-against-Modi-and-Rahul
ନୂଆଦିଲ୍ଲୀ, ୧୦ ଅଗଷ୍ଟ(ଖବର ଓଡ଼ିଶା):

ଦକ୍ଷିଣ ଭାରତର ଜଣାଶୁଣା ସୁପରଷ୍ଟାର ତଥା ଅଭିନେତା କମଲହାସନଙ୍କ ଫିଲ୍ମ ‘ବିଶ୍ୱରୂପମ ୨’ ଆଜି ସାରା ଭାରତରେ ମୁକ୍ତିଲାଭ କରିଛି। ଅଭିନେତାରୁ ରାଜନେତା ହୋଇଥିବା କମଲ ହାସନ ନିକଟରେ ନିଜ ପାର୍ଟି ‘ମକ୍କଲ ନିଧି ମୟମ’ ଲଞ୍ଚ କରିଛନ୍ତି । କମଲ ବର୍ତମାନ ୨୦୧୯ରେ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହା ପୂର୍ବରୁ ସେ ଏକ ଗଣମାଧ୍ୟମକୁ ଦେଇଥିବା ନିଜ ଇଣ୍ଟରଭ୍ୟୁରେ କହିଛନ୍ତି ଯେ ସେ ମୋଦିଙ୍କ ବିରୋଧୀ ନୁହଁନ୍ତି ବରଂ ତାଙ୍କ ଚିନ୍ତାଧାରା ବିରୋଧୀ ଓ ସମସ୍ତଙ୍କୁ ଏପରି ହେବା ଉଚିତ ।

ଇଣ୍ଟରଭ୍ୟୁରେ କମଲ ହାସନ କହିଛନ୍ତି “ପ୍ରଥମେ ପ୍ରଧାନମନ୍ତ୍ରୀ ଜଣେ ମଣିଷ ଓ ମୁଁ ତାଙ୍କୁ ସେହି ହିସାବରେ ଦେଖିଥାଏ । ତେଣୁ ତାଙ୍କୁ ବିରୋଧ କରିବାର କୌଣସି ଆବଶ୍ୟକତା ନାହିଁ । ସେ ରାହୁଲ ଗାନ୍ଧୀ ହୁଅନ୍ତୁ ବା ରଜନୀକାନ୍ତ ଆମକୁ ବ୍ୟକ୍ତିବାଦ କରିବା ଉଚିତ୍ ନୁହଁ। ଲୋକମାନେ ମଧ୍ୟ ଏପରି କରିବା ଅନୁଚିତ । ମୁଁ ମୋଦିଙ୍କ ବିରୋଧୀ ନୁହଁ ତାଙ୍କ ବିଚାରଧାରା ବିରୋଧୀ । ମୁଁ ଦେଶର ସମର୍ଥକ ଓ ପ୍ରଗତିର ସମର୍ଥକ ଅଟେ ।”

ତେବେ ଦେଶର ରାଜନିତୀକୁ ଏଥିରୁ ବାଦ୍ ପଡିବା ଉଚିତ୍ ଯେ ମୁଁ ଏହି ଦଳକୁ କିମ୍ବା ସେହି ଦଳକୁ ଶେଷ କରିଦେବି । କମଲ କହିଛନ୍ତି ଆମର ପ୍ରାଥମିକତା ଦେଶକୁ ଗରିବ ମୁକ୍ତ କରାଯିବା ଉପରେ ରହିବା ଉଚିତ । ଦେଶର ଗରିବୀ ହିଁ ଆମର ଶତ୍ରୁ ହେବା ଉଚିତ୍ ନା କି କୌଣସି ରାଜନୌତିକ ଦଳ। 

ଏଠାରେ ସୂଚନା ଥାଉ କି ତାମିଲନାଡୁ ରାଜନିତୀରେ ରଜନୀକାନ୍ତଙ୍କ ପରେ କମଲହାସନ ପ୍ରବେଶ କରିଛନ୍ତି। ପୂର୍ବରୁ ଏମଜିଆର ଓ ଜେ ଜୟଲଳିତା ମଧ୍ୟ ସିନେମା ଜଗତରୁ ରାଜନିତୀକୁ ପ୍ରବେଶ କରି ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି । 

  • Tags: