Home > ସଂମ୍ପୂର୍ଣ୍ଣ ଖବର
କୁର୍ଣ୍ଣୁଲ ବିସ୍ଫୋରଣ: ପ୍ରାଣ ହରାଇଲେ ଆଉ ଜଣେ ଓଡ଼ିଆ, ୨ ଓଡିଆଙ୍କ ସମେତ ୫ ଗିରଫ
Khabar Odisha:Kurnool-Blast--Another-Odias-Died
ଭୁବନେଶ୍ୱର, ଅଗଷ୍ଟ ୧୦ (ଖବର ଓଡିଶା):

 ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ ଗ୍ରାନାଇଡ୍ ପଥର ଖାଦାନ ବିସ୍ଫୋରଣରେ ଆଉ ଜଣେ ଓଡ଼ିଆଙ୍କ ମୃତ୍ୟୁ ହୋଇଛି। ଫଳରେ ମୃତକଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ମୃତକ ଜଣକ ଗଞ୍ଜାମ ଜିଲ୍ଲା ରମ୍ଭା ବିଟି ନୂଆଗାଁର ପାଣ୍ଡବ ଲେଙ୍କା ବୋଲି ଜଣାପଡ଼ିଛି।  ସେ ବିଶାଖାପାଟଣାର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ତାଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଜଣେ ଆହତ ରାମଚନ୍ଦ୍ର ନାହାକ ଚିକିତ୍ସାଧିନ ଅଛନ୍ତି।  ତେବେ ଏହି ଘଟଣାରେ ପଥର ଖାଦାନ ମାଲିକ ଶ୍ରୀନିବାସ ଚୌଧୁରୀଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ତନ୍ମଧ୍ୟରେ ୨ ଜଣ ଓଡ଼ିଆ ଥିବା ସୂଚନା ମିଳିଛି । 

ପ୍ରକାଶ ଥାଉ କି,  ଗତ ୭ ତାରିଖରେ ରମ୍ଭା ଡିଆଁଡେଇଁ ଅଞ୍ଚଳର ଶ୍ରମିକ ରାଜେନ୍ଦ୍ର ନାହାକଙ୍କ ମୃତ୍ୟୁ ଘଟିଥିବା ବେଳେ ଏହା ପୂର୍ବରୁ ମନୋରଂଜନ ନାହକ , ଦୁର୍ଯ୍ୟୋଧନ ନାହାକ ଓ ଭୀମ ନାହାକଙ୍କ ମୃତ୍ୟୁ ଘଟିଥିଲା ।

  • Tags: