Home > ସଂମ୍ପୂର୍ଣ୍ଣ ଖବର
ମଦ ହୋମ୍ ଡେଲିଭରି ସୁବିଧା, ଆସନ୍ତାକାଲି ଠାରୁ ଅନଲାଇନରେ ମିଳିବ ମଦ
Khabar Odisha:Liquor-home-delivery-from-tomorrow
ଭୁବନେଶ୍ୱର, ମେ ୨୩ ( ଖବର ଓଡ଼ିଶା):

 ଏଣିକି ଅନଲାଇନରେ ମିଳିବ ମଦ । କାଲି ଠାରୁ ରାଜ୍ୟରେ ଅନଲାଇନରେ ମଦର ହେବ ହୋମ୍ ଡେଲିଭରି। 

ଆସନ୍ତାକାଲି ଠାରୁ ମଦ ହୋମ୍ ଡେଲିଭରି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ମିଳିଛି । ଆସନ୍ତାକାଲିରୁ ଏହି ନିୟମ କାର୍ଯ୍ୟକାରୀ ହେବ । କାଉଣ୍ଟରରେ ମଦ ବିକ୍ରି ପାଇଁ ସରକାର ଅନୁମତି ଦେଲେ ଦେଇନାହାନ୍ତି । ତେଣୁ ଓଡିଶା ଅବକାରୀ ନିୟମ-୨୦୧୭ରେ ଏହି ସଂଶୋଧନ କରାଯାଇଛି ।

କାଲିଠୁ ଅନଲାଇନରେ ମଦ ମିଳିବାକୁ ଥିବା ବେଳେ କଣ୍ଟେନମେଣ୍ଟ ଜୋନରେ ଏହି ସେବା ଉପଲବ୍ଧ ହେବ ନାହିଁ । କଣ୍ଟନମେଣ୍ଟ ଜୋନ ଛାଡି ଅନ୍ୟ ସମସ୍ତ ସ୍ଥାନରେ ମଦର ହୋମ ଡେଲିଭରି ହୋଇପାରିବ ।

ତେବେ ସମସ୍ତ ପ୍ରକାର ମଦର ଦର ୫୦ ପ୍ରତିଶତ ବୃଦ୍ଧି ହୋଇଛି । ସ୍ପେଶାଲ କୋଭିଡ ଫି ଲଗାଇ ମଦର ଦର ବଢାଇଛନ୍ତି ରାଜ୍ୟ ସରକାର । ମଦରୁ ମିଳିବାକୁ ଥିବା ରାଜସ୍ୱ କରୋନା ମୁକାବିଲା କ୍ଷେତ୍ରରେ ଖର୍ଚ୍ଚ ହେବ । ରିଟେଲର ଚାହିଁଲେ ମଦ ନିଜେ ହୋମ ଡେଲିଭରି କରିପାରିବେ । ଏହାସହ ଫୁଡ ଡେଲିଭରି ସଂସ୍ଥାର ମଧ୍ୟ ସହଯୋଗ ନେଇପାରିବେ ।

  • Tags: