Home > ସଂମ୍ପୂର୍ଣ୍ଣ ଖବର
ରାଜ୍ୟ ବାହାରେ ଫସି ରହିଥିବା ଓଡିଆ ଲୋକମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଓଡିଆ ସଙ୍ଗଠନ ମାନଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ନବୀନ
Khabar Odisha:M-Naveen-Patnaik-appeals-Odia-Associations-in-other-States-to-help-fellow-Odias
ଭୁବନେଶ୍ୱର, ମାର୍ଚ୍ଚ ୨୮ (ଖବର ଓଡ଼ିଶା):

ପୁଣି ଥରେ ଭିଡିଓ ଜାରି କରି ରାଜ୍ୟ ବାହାରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡିଆ ମାନଙ୍କୁ ସାହାର୍ଯ୍ୟ କରିବା ସମସ୍ତ ଓଡିଆ ସଙ୍ଗଠନକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

ଏକ ଭିଡିଓ ଜାରି କରି ନବୀନ କହିଛନ୍ତି କରୋନା ମୁକାବିଲା ସମୟରେ ରାଜ୍ୟ ବାହାରେ ବହୁ ଓଡ଼ିଆ ଲୋକ ବିଭିନ୍ନ ସ୍ଥାନରେ ଫସିଥିବାର ଖବର ମିଳିଛି। ଏହି ସମୟରେ ରାଜ୍ୟ ବାହାରେ ଫସିଥିବା ଓଡ଼ିଆମାନଙ୍କୁ ସହାୟତା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାହାରେ ଥିବା ସମସ୍ତ ଓଡିଆ ସଙ୍ଗଠନକୁ ଅନୁରୋଧ କରିଛନ୍ତି।

ଜାରି କରିଥିବା ଭିଡିଓରେ ସେ ଏହା ମଧ୍ୟ କହିଛନ୍ତି,‘ ଫସି ରହିଥିବା ଓଡ଼ିଆଙ୍କୁ ଖାଦ୍ୟ, ଔଷଧ ଯୋଗାଇ ଦିଅନ୍ତୁ, ସେ ବାବଦ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଭରଣା କରାଯିବ।’

  • Tags: