Home > ସଂମ୍ପୂର୍ଣ୍ଣ ଖବର
କରୋନା ତାଲାବନ୍ଦ ଆଣିଛି ଦାଦନ ଦୁଃଖ: ଶ୍ରମିକ ଏବେ ଘର ମୁହାଁ, ଚାଲିଚାଲି ପାଦ ଫୋଟକା ହେଲାଣି
Khabar Odisha:Migrant-labourer-returning-to-home-lock-down-effect
ଭୁବନେଶ୍ୱର, ମାର୍ଚ୍ଚ ୨୮ (ଖବର ଓଡ଼ିଶା):

କରୋନା ଯୋଗୁଁ ଲାଗିଥିବା କଟକଣା ଅନେକ ଦାଦନ ଶ୍ରମିକଙ୍କ ଯନ୍ତ୍ରଣା ନେଇ ଆସିଛି । ବିଶ୍ୱ ମହାମାରୀ କୁହାଯାଉଥବା କରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ୨୧ ଦିନିଆ ଲକ୍ ଡାଉନ କରାଯାଇଛି । ଏହି ତାଲାବନ୍ଦ ଫଳରେ ଅସୁବିଧାରେ ମଧ୍ୟ ପଡିଛନ୍ତି ଘର ମୁହାଁ ଦାଦନ ଶ୍ରମିକ। ପେଟ ପାଟଣା ପାଇଁ ରାଜ୍ୟ ବାହାରେ କାମ କରୁଥିବା ଦାଦନ ଏବେ ଫସି ରହିଛନ୍ତି ।
ହଜାର ହଜାର ଦାଦନ ଶ୍ରମିକ ଏବେ ଘର ମୁହାଁ । ଲକ୍ ଡାଉନରେ ଗାଡି ଚାଲୁନଥିବାରୁ ଘରକୁ କେମିତି ଫେରିବେ । ଏହାରି ଭିତରେ କିଛି ଦାଦନ ନିଜ ଘରକୁ ଚାଲିଚାଲି ବାହାରିଛନ୍ତି । ମୁଣ୍ଡ ଫଟା ଖରା ସାଙ୍ଗକୁ ଭୋକ ଉପାସରେ ସେମାନେ ଚାଲିଛନ୍ତି ।
ଅନ୍ୟପଟେ ରାଜ୍ୟ ସରକାର ଅନ୍ୟ ରାଜ୍ୟ ମାନଙ୍କୁ ସେଠାରେ ଅଟକି ଥିବା ଓଡିଆଙ୍କ ପାଇଁ ସୁବିଧା କରିବାକୁ ଅନୁରୋଧ କରିଥିବା ବେଳେ ଅନ୍ୟ ରାଜ୍ୟର ବ୍ୟକ୍ତି ଓଡିଶାରେ ଅଟକି ରହିଥିଲେ ସେମାନଙ୍କ ସୁବିଧା କରିବା କଥା ଉଲ୍ଲେଖ କରିଛନ୍ତି ।

 

  • Tags: