Home > ସଂମ୍ପୂର୍ଣ୍ଣ ଖବର
ଜାରି ରହିଛି ଗ୍ରୀଷ୍ମ ପ୍ରବାହ, ଜୁନ୍ ପହିଲାରେ କେରଳ ଛୁଇଁବ ମୌସୁମୀ
Khabar Odisha:Monsoon-will-came-in-June-1st

 ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଅସହ୍ୟ ଗରମ ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଆଜି ୪୫.୨ ଡିଗ୍ରୀ ସହ ଟିଟିଲାଗଡ଼ର ତାପମାତ୍ରାରେ ସର୍ବାଧିକ ରହିଥିବାବେଳେ ୧୨ଟି ସହରରେ ପାରଦ ୪୦ ଡିଗ୍ରୀ ଟପିଛି  କରିଛି।  ଜୁନ୍ ପହିଲାରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।

ଆସନ୍ତା ୩୧ରୁ ଜୁନ୍ ୪ ପର୍ଯ୍ୟନ୍ତ ଆରବ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାରି ପ୍ରଭାବରେ ଜୁନ୍ ୧ ସୁଦ୍ଧା ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଏହାର କିଛି ଦିନ ପରେ ମୌସୁମୀ ଓଡ଼ିଶା ଛୁଇଁବ। ଯାହା ପ୍ରଭାବରେ ବର୍ଷା ଆରମ୍ଭ ହେବ।

  • Tags: