Home > ସଂମ୍ପୂର୍ଣ୍ଣ ଖବର
ଆଜି ମହାପ୍ରଭୁଙ୍କ ନବଯୌବନ ବେଶ
Khabar Odisha:Nabajaubana-besha-today-in-Puri

ଭୁୁବନେଶ୍ୱର, ଜୁଲାଇ ୧୩ (ଖବର ଓଡ଼ିଶା): ବିଶ୍ୱ ପ୍ରସିଦ୍ଧ କାଳିଆ ଠାକୁର ଶୁକ୍ରବାର ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପାଇଁ ବିଶ୍ୱର କୋଣ-ଅଣୁକୋଣରୁ ଭକ୍ତ ଶ୍ରୀକ୍ଷେତ୍ର ଧାମକୁ ଆସୁଛନ୍ତି । ରାତି ପାହିଲେ ଘୋଷଯାତ୍ରା ହେବାକୁ ଥିବା ବେଲେ ଆଜି ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତ ଶ୍ରୀଜଗନ୍ନାଥଙ୍କ ନବଯୌବନ ବେଶ ଦର୍ଶନ କରିବେ । ଏଥିପାଇଁ ପ୍ରକ୍ରିୟା ଜୋରଦାର ଚାଲିଛି । ସ୍ନାନଯାତ୍ରା ପରଠାରୁ ଠାକୁର ଅଣସର ଘରେ ଥିବାରୁ ଭକ୍ତ ବହୁ ଦିନ ହେଲା ମହାପ୍ରଭୁଙ୍କୁ ଦର୍ଶନ କରିପାରି ନାହାନ୍ତି । ସେଥିପାଇଁ ଆଜି ୧୪ ଦିନ ପରେ ଏହି ଦର୍ଶନକୁ ନେଇ ଅଧିକ  ଉତ୍ସାହିତ ହୋଇ ଉଠିଛନ୍ତି । ନବଯୌବନ ବେଶ ପୂର୍ବରୁ ଗୁରୁବାର ପରଂପରା ଅନୁସାରେ ମହାପ୍ରଭୁଙ୍କ ବନକଲାଗି କରାଯାଇଛି । ଗତବର୍ଷ ଜଗମୋହନ ମରାମତି ଲାଗି ଭକ୍ତମାନେ ବାହାର କାଠରୁ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଜଗମୋହନ ମରାମତି କାର୍ଯ୍ୟ ସରିଥିବାରୁ ଚଳିତ ବର୍ଷ ଭକ୍ତମାନେ ଭିତର କାଠରୁ ଦର୍ଶନ କରିବାକୁ ସୁଯୋଗ ପାଇବେ । 

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସକାଳ ୮ଟାରୁ ୯ଟା ପରିମାଣିକ ଦର୍ଶନ, ୯ଟାରୁ ସାଢ଼େ ୧୦ଟା ସାହାଣମେଲା ଦର୍ଶନ ରହିଛି । ପାରିମାଣିକ ଦର୍ଶନ ପାଇଁ ଟିକେଟ ବ୍ୟବସ୍ଥା ଥିବା ବେଳେ, ସାହାଣମେଲା ମାଗଣାରେ ଭକ୍ତ ଦର୍ଶନ କରିବେ । ସର୍ବାଙ୍ଗ ସହ ନେତ୍ରୋତ୍ସବ ବନ୍ଦାପନା, ଯାତ୍ରାଙ୍ଗୀ ମହାସ୍ନାନ ସରିବା ପରେ ଅପରାହ୍ନ ୪ଟା ୧୦ରେ ରଥକୁ ଆଜ୍ଞାମାଳ ବିଜେ କରିବ ।

 

  • Tags: