Home > ସଂମ୍ପୂର୍ଣ୍ଣ ଖବର
କୌଣସି ମାମଲାରେ ରାଜନୈତିକ ହସ୍ତକ୍ଷେପ ନ ଆସିଲେ, ସିବିଆଇ ଭଲ କାମ କରୁଛି: ସିଜେଆଇ
Khabar Odisha:Nation-Chief-justice-of-India-Ranjan-Gogoi-asks-why-CBI-does-a-good-job-in-cases-with-no-political-overtone

ନୂଆଦିଲ୍ଲୀ, ଅଗଷ୍ଟ ୧୪ (ଖବର ଓଡ଼ିଶା): ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ ମଙ୍ଗଳବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର କାର୍ଯ୍ୟକଳାପକୁ ନେଇ ଟିପ୍ପଣୀ କରିଛନ୍ତି । ଜଷ୍ଟିସ ଗୋଗୋଇ ପ୍ରଶ୍ନ କରିଛନ୍ତି ଯେ, ଯେତେବେଳେ କୌଣସି ମାମଲାରେ ରାଜନୈତିକ ହସ୍ତକ୍ଷେପ ନ ପହଞ୍ଚୁଛି, ସେତେବେଳେ ସିବିଆଇ ଭଲ କାମ କରୁଛି । ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇ ପରାମର୍ଶ ଦେଇଛନ୍ତି ଯେ, ସିବିଆଇକୁ କଣ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି)ର ସମାନ ବୈଧାନିକ ଅଧିକାର ଦିଆଯିବା ଦରକାର । ଏହା ଦ୍ୱାରା ଏଜେନ୍ସିକୁ ସରକାରଙ୍କ ପ୍ରଶାସନିକ ନିୟନ୍ତ୍ରଣ ଠାରୁ ସଂପୂର୍ଣ୍ଣ ଅଲଗା ରଖାଯାଇ ପାରିବ । 

ଜଷ୍ଟିସ ଗୋଗୋଇ ୨ ବର୍ଷ ଆୟୋଜିତ ଡି.ପି. କୋହଲି ସ୍ମାରକ କାର୍ଯ୍ୟକ୍ରମର ୧୮ତମ ସଂସ୍କରଣକୁ ସମ୍ବୋଧିତ କରିଛନ୍ତି । ସେ ସିବିଆଇର ଦୁର୍ବଳତା ଓ ବଳ ସଂପର୍କରେ ସ୍ପଷ୍ଟ ଭାବରେ କହିଛନ୍ତି ଏବଂ ଆଗକୁ ବଢ଼ିବା ନେଇ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ଏହା ସତ ବୋଲି ଧରାଯିବ ଯେ, ଅନେକ ହାଇ ପ୍ରୋଫାଇଲ ଏବଂ ସମ୍ବେଦନଶୀଳ ମାମଲାରେ ସଂସ୍ଥା ନ୍ୟାୟିକ ଯାଞ୍ଚର ମାନକକୁ ପୂରା କରିପାରୁ ନାହିଁ । ଏହା ମଧ୍ୟ କୁହାଯାଇ ପାରିବ ଯେ ଏଭଳି ମାମଲା ବହୁତ କମ ସମୟରେ ଠିକ ଭାବରେ ତଦନ୍ତ ହୋଇପାରୁଛି । 

ଜଷ୍ଟିସ ଗୋଗୋଇ କହିଛନ୍ତି, ଏହି ପ୍ରକାରର ମାମଲା ପ୍ରଣାଳୀଗତ ସମସ୍ୟାକୁ ଜାଗ୍ରତ କରିଥାଏ ଏବଂ ସଂସ୍ଥାଗତ ଆକାଂକ୍ଷା, ସଂଗଠନର ସଂରଚନା, କାମକାର୍ଯ୍ୟର ସଂସ୍କୃତି ଓ ଶାସନ କରୁଥିବା ରାଜନୀତି ମଧ୍ୟରେ ତାଳମେଳକୁ ହାତ ଠାରି ଥାଏ । ସେ କହିଛନ୍ତି ଯେ, ଏମିତି କାହିଁକି ହେଉଛି, ଯେତେବେଳେ କୌଣସି ମାମଲାରେ କୌଣସି ରାଜନୈତିକ ରଂଗ ଦେଖାଯାଉ ନାହିଁ, ସେହି ସମୟରେ ସିବିଆଇ ଭଲ କାମ କରୁଛି । 

   

 

  • Tags: