Home > ସଂମ୍ପୂର୍ଣ୍ଣ ଖବର
ଦେଶରେ କରୋନା ଭାଇରସ ମୃତକଙ୍କ ସଂଖ୍ୟା ୪ ହଜାର ୫୩୧କୁ ବୃଦ୍ଧି, ୧,୫୮,୩୩୩ ଆକ୍ରାନ୍ତ
Khabar Odisha:Nation-Corona-Virus-4531-dead-in-India-158333-detected--and-194-dead-in-24-hours

ନୂଆଦିଲ୍ଲୀ, ମେ ୨୮ (ଖବର ଓଡ଼ିଶା): ସମଗ୍ର ବିଶ୍ୱକୁ ବ୍ୟାପିଥିବା କରୋନା ଭାଇରସ ଭୂତାଣୁ ଯୋଗୁଁ ଭାରତ ମଧ୍ୟ ପ୍ରଭାବିତ ହୋଇଛି । ଦେଶରେ ଦିନକୁ ଦିନ କରୋନା ଭାଇରସ ସଂକ୍ରମଣ କାୟା ବିସ୍ତାର କରିଛି । ଏହି ମାରାତ୍ମକ ଭାଇରସ ଯୋଗୁଁ ଗୁରୁବାର ୯ଟା ମଧ୍ୟରେ ମୃତକଙ୍କ ସଂଖ୍ୟା ୪ ହଜାର ୫୩୧କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭାରତରେ କରୋନା ଭାଇରସରେ ୧ ଲକ୍ଷ ୫୮ ହଜାର ୩୩୩ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି । ଏଥିରୁ ୮୬ ହଜାର ୧୧୦ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି ୬୭ ହଜାର ୬୯୧ ଜଣ । 

ବିଗତ ୨୪ ଘଣ୍ଟା ମଧ୍ୟରେ କେବଳ ୬ ହଜାର ୫୬୬ ଜଣ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୯୪ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି ।   

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତୁ୍ୟ ହୋଇଛି । ମହାରାଷ୍ଟ୍ରରେ ୫୬ ହଜାର ୯୪୮ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ୧୮୯୭ ଜଣ ଜୀବନ ହରାଇଛନ୍ତି । ଗୁଜୁରାଟରେ ୯୩୮, ମଧ୍ୟପ୍ରଦେଶରେ ୩୧୩  ଓ ପଶ୍ଚିମବଙ୍ଗରେ ୨୮୯  ଜଣ ଲୋକ ଜୀବନ ହରାଇଛନ୍ତି । ସେହିପରି ରାଜସ୍ଥାନରେ ୧୭୩, ଦିଲ୍ଲୀରେ ୩୦୩ ଓ ତାମିଲନାଡୁରେ ୧୩୩ ଜଣ ଜୀବନ ହାରିଛନ୍ତି । 

 

  • Tags: