Home > ସଂମ୍ପୂର୍ଣ୍ଣ ଖବର
‘ବିଏଚୟୁ’ର ଦାବି: ୪ ରୁ ୬ ଘଣ୍ଟା ମଧ୍ୟରେ ହୋଇପାରିବ କରୋନାର ସଠିକ-ଶସ୍ତା ପରୀକ୍ଷା

ବାରାଣସୀ, ମାର୍ଚ୍ଚ ୩୧ (ଖବର ଓଡ଼ିଶା): କରୋନା ଭାଇରସ ସଂକଟ ସମଗ୍ର ବିଶ୍ୱକୁ ବ୍ୟାପିଛି । ବର୍ତ୍ତମାନ କୌଣସି ଚିକିତ୍ସା ବ୍ୟବସ୍ଥା କରାଯାଇପାରି ନାହିଁ । ସବୁଠାରୁ ଆହୁରି ବଡ଼ ଅସୁବିଧା ହୋଇଛି ଯେ, ଭାରତରେ ଏହାର ପରୀକ୍ଷା ରିପୋର୍ଟ ଗୋଟିଏ ଦିନରୁ ମଧ୍ୟ ଅଧିକ ସମୟ ଲାଗୁଛି । ବାରାଣସୀସ୍ଥିତ କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ)ର ଡିପାର୍ଟମେଣ୍ଟ ଅଫ ମଲିକ୍ୟୁଲାର ଆଣ୍ଡ ହ୍ୟୁମାନ ଜେନେଟକ୍ସର ଗବେଷଣାରତ ଛାତ୍ରୀ ଓ ପ୍ରଫେସର ଜାଣିବାକୁ ପାଇଛନ୍ତି, କରୋନାର ସଠିକ ଓ ଶସ୍ତା ପରୀକ୍ଷା ମାତ୍ର ୪ରୁ ୬ ଘଣ୍ଟା ମଧ୍ୟରେ କରାଯାଇପାରିବ । ସେମାନେ ଏଭଳି ଏକ ଗବେଷଣାରେ ସଫଳତା ହାସଲ କରିଛନ୍ତି । 

ପାଖାପାଖି ଏକ ମାସର ପରିଶ୍ରମ ପରେ ବିଭାଗର ଆସୋସିଏଟ ପ୍ରଫେସର ଡ. ଗୀତା ରାୟ ଓ ତାଙ୍କର ଟିମରେ ସାମିଲ ଗଷେଷଣାରତ ଛାତ୍ରୀ ଡଲି ଦାସ, ଖୁସବୁ ପ୍ରିୟା ଓ ହୀରଲ ଠକର ଏହି ଟେକନିକ ସଂପର୍କରେ ଅବଗତ ହୋଇଛନ୍ତି । 

ଏସଂପର୍କରେ ସହଯୋଗୀ ପ୍ରଫେସର ଡ. ଗୀତା ରାୟ କହିଛନ୍ତି, ତାଙ୍କର ଟେକନିକ ଆରଟି-ପିସିଆର ଉପରେ କାମ କରୁଛି । ଏହି ସିଦ୍ଧାନ୍ତ ଉପରେ ଏପର୍ଯ୍ୟନ୍ତ ଦେଶରେ କୌଣସି ଆଉ ଟେକନିକ କୋଭିଡ-୧୯ ପରୀକ୍ଷା ପାଇଁ ନାହିଁ । ମାତ୍ର ଆମର ଟିମ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଗବେଷଣା ପ୍ରୋଟିନ ସିକ୍ୱେନ୍ସକୁ ଟାର୍ଗେଟ କରିବ । 

 

  • Tags: