Home > ସଂମ୍ପୂର୍ଣ୍ଣ ଖବର
ଭାରତୀୟ ବୈଜ୍ଞାନିକଙ୍କୁ ଆଉ ଏକ ସଫଳତା, ଲଞ୍ଚ ହେଲା ହାଇପରସୋନିକ ଏୟାରଭିକିଲ୍ସ
Khabar Odisha:Nation-DRDO-conducts-maiden-test-of-hypersonic-technology-demonstrator-vehicle

ନୂଆଦିଲ୍ଲୀ, ଜୁନ ୧୩ (ଖବର ଓଡ଼ିଶା): ଭାରତୀୟ ବୈଜ୍ଞାନିକ ମାନେ ସ୍ୱଦେଶୀ ଜ୍ଞାନ କୌଶଳରେ ପୁଣି ଏକ ସଫଳତା ହାସଲ କରିଛନ୍ତି । ଭାରତୀୟ ବୈଜ୍ଞାନିକ ମାନେ ବୁଧବାର ହାଇପରସୋନିକ ଏୟାରଭିକିଲ୍ସ ଲଞ୍ଚ କରିଥିବା ଜଣାପଡ଼ିଛି । ଏହି ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ହାଇପରସୋନିକ କ୍ରୁଜ ମିସାଇଲ ନିର୍ମାଣରେ କଟ ଖର୍ଚ୍ଚ ହେବ । ଏହା ଦ୍ୱାରା ଉପଗ୍ରହ ମଧ୍ୟ ଲଞ୍ଚ କରାଯାଇପାରିବ ବୋଲି ବୈଜ୍ଞାନିକ ମାନେ କହିଛନ୍ତି । ଡିଆରଡିଓ (ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା) ପକ୍ଷରୁ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି । ଡିଆରଡିଓ କହିଛି, ଟେକ୍ନୋଲୋଜୀ ଡେମୋଷ୍ଟେଟର ଭିକିଲ୍ସ ଓଡ଼ିଶା ଉପକୂଳରେ ଥିବା ଡ. ଅବଦୂଲ କାଲାମ ଆଇସଲାଣ୍ଡରୁ ସଫଳତାର ସହ ଲଞ୍ଚ କରାଯାଇଛି । 

 

  • Tags: