Home > ସଂମ୍ପୂର୍ଣ୍ଣ ଖବର
ଡେଲିଭରି ବାଳକ ମହିଳାଙ୍କୁ କଲା ଦୁଷ୍କର୍ମ ଉଦ୍ୟମ, ମାମଲା ରୁଜୁ କରି ପୋଲିସର ତଦନ୍ତ ଜାରି
Khabar Odisha:Nation-Delhi-Amazon-Delivery-boy-booked-for-rape-bid-in-Noida

ନୂଆଦିଲ୍ଲୀ, ଅକ୍ଟୋବର ୧୦ (ଖବର ଓଡ଼ିଶା): ଏକ ଜଣାଶୁଣା ଅନଲାଇନ କଂପାନୀରେ କାର୍ଯ୍ୟରତ ଜଣେ ଡେଲିଭରି ବାଳକ ଜିନିଷ ପତ୍ର ଦେବା ଆଳ ସମୟରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ସଂପକିର୍ତ ଅଭିଯୋଗ ହୋଇଛି । ମହିଳାଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ପୋଲିସ କହିବା ଅନୁସାରେ ଇ-ରିଟେଲ କଂପାନୀ ଆମାଜନର ୩୦ ବର୍ଷିୟ ଡେଲିଭରି ବାଳକ ସୋମବାର ଜଣେ ମହିଳାଙ୍କୁ ଜିନିଷ ପତ୍ର ଦେବାକୁ ପହଂଚିଥିଲା । ଏହି ସମୟରେ ମହିଳାଙ୍କ ସହ ତା’ର ଯୁକ୍ତିତର୍କ ହୋଇଥିଲା । ଯୁବକ ଜଣକ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ଏହି ଘଟଣା ପରେ ସମାଜରେ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠିଛି । 

ସ୍କ୍ରିନିଂ ମ୍ୟାକାନିଜମକୁ ନେଇ ଦିଲ୍ଲୀ ଓ ଆଖପାଖ ସହରରେ ସୋସାଇଟିରେ ଅନେକ ପ୍ରଶ୍ନ ଉଠିଥାଏ । ଏହି ଅଞ୍ଚଳରେ ଡେଲିଭରି ବାଳକମାନେ ଅଧିକାଂଶ ସମୟ ଯିବାଆସିବା କରୁଥାନ୍ତି । ଏକ ଘରୋଇ କଂପାନୀରେ କାଯ୍ୟରତ ୪୩ ବର୍ଷିଅ ମହିଳା କହିଛନ୍ତି, ସେ ଆମାଜନ ଠାରୁ ଏକ ଜିନିଷ କିଣିଥିଲେ । ଏଥିରେ ୫ଟି ଛୋଟ ବାକ୍ସ ସାମିଲ ଥିଲା । ସେ ଏହି ଜିନିଷକୁ ଫେରାଇବା ପାଇଁ କଂପାନୀକୁ ନିବେଦନ କରିଥିଲେ । 

ମହିଳା ଜଣକ କହିଛନ୍ତି, ଭୂପେନ୍ଦ୍ର ପାଳ ନାଁରେ ଜଣେ ପିକ-ଅପ ଏଜେଣ୍ଟ ତାଙ୍କ ଘର ତଳକୁ ପହଂଚିଥିଲା । ସେ ସୋସାଇଟିରେ ନାଁ ପଂଜୀକରଣ କରିଥିଲା । ଅଭିଯୋଗକାରିଣୀ ମହିଳାଙ୍କ ଭଉଣୀ କହିଛନ୍ତି, ସଂପୃକ୍ତ ଯୁବକ କଥିତ ଭାବେ ଅଚେତ କରିଥିଲା । ଚେତା ଫେରିବା ପରେ ଡେଲିଭରି ବାଳକ ସେଠାରେ ଉପସ୍ଥିତ ଥିଲା ।  

 

  • Tags: