Home > ସଂମ୍ପୂର୍ଣ୍ଣ ଖବର
କୋଭିଡ-୧୯: ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଭିଡିଓ ବାର୍ତ୍ତା, ରାଜ୍ୟପାଳମାନଙ୍କୁ କରିବେ ସମ୍ବୋଧନ
Khabar Odisha:Nation-President-Ram-Nath-Kovind-to-address-all-governors-as-India-goes-all-out-to-fight-COVID-19

ନୂଆଦିଲ୍ଲୀ, ମାର୍ଚ୍ଚ ୨୭ (ଖବର ଓଡ଼ିଶା): କୋଭିଡ-୧୯ର ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଦେଶର ସମସ୍ତ ରାଜ୍ୟପାଳ ଓ ଉପରାଜ୍ୟପାଳମାନଙ୍କୁ ଭିଡିଓ କନଫରେନ୍ସ (ବାର୍ତ୍ତା) ଜରିଆରେ ସମ୍ବୋଧନ କରିବେ । ଏହି ଭିଡିଓ ବାର୍ତ୍ତା କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ନିଜ ନିବାସରୁ ଯୋଡ଼ି ହୋଇପାରନ୍ତି । ରାଷ୍ଟ୍ରପତିଙ୍କ ଭିଡିଓ ବାର୍ତ୍ତା କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ସଂଗଠନ ‘ରେଡକ୍ରସ’ର ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହିବେ ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି ।    

ରାଷ୍ଟ୍ରପତି ମୁଖ୍ୟତଃ ଯେଉଁ ରାଜ୍ୟଗୁଡ଼ିକରେ ଏପର୍ଯ୍ୟନ୍ତ କୋଭିଡ-୧୯ର ସ୍ଥିତି ଖରାପ ଅଛି, ସେହି ରାଜ୍ୟରଗୁଡ଼ିକର ରାଜ୍ୟପାଳଙ୍କ ସହିତ ଭିଡିଓ ବାର୍ତ୍ତାରେ ସମ୍ବୋଧନ କରିବେ । ଯଦିଓ ରାଷ୍ଟ୍ରପତି ରାଜ୍ୟପାଳଙ୍କୁ ସମ୍ବୋଧନ କରିବେ, କିନ୍ତୁ କୋଭିଡ-୧୯ ସଂପର୍କରେ ସମୀକ୍ଷା କରିବା ଏହି ବାର୍ତ୍ତାର ଉଦ୍ଦେଶ୍ୟ । ଦେଶରେ ଏବେ ରେଡକ୍ରସର ୧୦୦୦ରୁ ଅଧିକ ଶାଖା ରହିଛି । ଏହି ସଂଗଠନରେ ସଭାପତି ଅଛନ୍ତି ଭାରତର ରାଷ୍ଟ୍ରପତି । ସୂତ୍ର ଅନୁସାରେ ରାଷ୍ଟ୍ରପତିଙ୍କ ଭିଡିଓ ବାର୍ତ୍ତାରେ କେରଳ, ରାଜସ୍ଥାନ, ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ରର ରାଜ୍ୟପାଳମାନେ ଅଂଶଗ୍ରହଣ କରିବେ । 

 

  • Tags: