Home > ସଂମ୍ପୂର୍ଣ୍ଣ ଖବର
ସ୍ୱାଧୀନତା ଦିବସ-ରକ୍ଷାବନ୍ଧନ ପାଇଁ ମାନବ ଶୃଙ୍ଖଳା ତିଆରି କଲେ ଗୁଜୁରାଟର ୬୭୦ ଛାତ୍ରଛାତ୍ରୀ
Khabar Odisha:Nation-Gujarat-670-students-of-a-school-in-Surat-made-human-chain-by-positioning-themselves-to-form-the-Tricolour-and-rakhi

ଅହମଦାବାଦ, ଅଗଷ୍ଟ ୧୪ (ଖବର ଓଡ଼ିଶା): ରାତି ପାହିଲେ ପବିତ୍ର ସ୍ୱାଧୀନତା ଦିବସ ଓ ରକ୍ଷାବନ୍ଧନ । ଗୋଟିଏ ଦିନରେ ବିରଳ ମୂହୁର୍ତ୍ତ ଆସିଥିବାରୁ ଏହି ଦିନଟି ପ୍ରାୟତଃ ଅଧିକାଂଶ ଲୋକ ମନେରଖିବେ । ଭାରତ ୭୨ତମ ସ୍ୱାଧୀନତା ଦିବସକୁ ଆକର୍ଷଣୀୟ ଭାବେ ପାଳନ କରିବାକୁ ଯାଉଛି । ସେହିପରି ଭଉଣୀମାନେ ସେମାନଙ୍କର ଭାଇମାନଙ୍କୁ ରାକ୍ଷୀ ବାନ୍ଧିବାକୁ ଯାଉଥିବାରୁ ଅଧିକ ଖୁସି ମନେ କରୁଛନ୍ତି ।

ସ୍ୱାଧୀନତା ଦିବସରେ ରକ୍ଷାବନ୍ଧନ ପର୍ବ ପାଳନ ହେଉଥିବାରୁ ଦିନଟି ଉଭୟ ଦେଶପ୍ରେମ ଓ ଭାଇ-ଭଉଣୀର ସ୍ନେହ ମମତା ପାଇଁ ପ୍ରତୀକର ଦିନଟିଏ ହେବ । ଯେଉଁ ଭଉଣୀମାନେ ଦେଶକୁ ସୁରକ୍ଷା ଯୋଗାଉଥିବା ଯବାନମାନଙ୍କୁ ରାକ୍ଷୀ ବାନ୍ଧିବେ, ତାଙ୍କ ପାଇଁ ଏହି ଦିନଟି ଅଧିକ ସ୍ମରଣୀୟ ରହିବ ।ଗୁଜୁରାଟର ସୁରାଟରେ ଛାତ୍ରଛାତ୍ରୀମାନେ ମଧ୍ୟ ୭୨ତମ ସ୍ୱାଧୀନତା ଦିବସକୁ ସ୍ମରଣୀୟ କରିବାକୁ ଏକ ଅଭିନବ ଚିନ୍ତା କରିଛନ୍ତି । ମୋଟ ୬୭୦ ଜଣ ଛାତ୍ରଛାତ୍ରୀ ମଙ୍ଗଳବାର ‘ତ୍ରିରଙ୍ଗା’ ଓ ‘ରାକ୍ଷୀ’ ପାଇଁ ମାନବଶୃଙ୍ଖଳା ତିଆରି କରିଛନ୍ତି । 

 

  • Tags: