Home > ସଂମ୍ପୂର୍ଣ୍ଣ ଖବର
ମନ୍ତ୍ରୀଙ୍କୁ କାମରେ ଲଗାଇଲେ ପ୍ରଧାନମନ୍ତ୍ରୀ ମୋଦୀ, ରାଜ୍ୟର ଦାୟିତ୍ୱ ନେବାକୁ ଦେଲେ ଆଦେଶ
Khabar Odisha:Nation-Coronavirus-crisis-PM-Narendra-Modi-deploys-ministers-on-covid-19-frontline-to-defeat-pandemic

ନୂଆଦିଲ୍ଲୀ, ମାର୍ଚ୍ଚ ୨୭ (ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ମହାମାରୀର ସ୍ଥିତିକୁ ଭଲଭାବରେ ଦୃଦୟଙ୍ଗମ କରିଛନ୍ତି । ଏହି କାରଣରୁ ସେ ଅନେକଗୁଡ଼ିକ ପଦକ୍ଷେପ ନେଇଛନ୍ତି । ପ୍ରଧାନମନ୍ତ୍ରୀ କ୍ୟାବିନେଟ ସଦସ୍ୟଙ୍କୁ କହିଛନ୍ତି, ନିଜ ରାଜ୍ୟର ଦାୟିତ୍ୱ ନିଅନ୍ତୁ ଏବଂ ସେଠାରେ କୋଭିଡ-୧୯ ବିରୋଧରେ କରାଯାଉଥିବା ପ୍ରାୟାସରେ ଭୂମିକା ନିଅନ୍ତୁ । ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ତରଫରୁ ସମସ୍ତ ମନ୍ତ୍ରୀଙ୍କୁ ପତ୍ର ପଠାଯାଇଛି, ଯେଉଁଥିରେ କରୋନାର ସ୍ଥିତି ଦୂର କରିବା ପାଇଁ ଦାୟିତ୍ୱ ନେବାକୁ କୁହାଯାଇଛି ।

ଜଣେ କେନ୍ଦ୍ରମନ୍ତ୍ରୀ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ କହିଛନ୍ତି, ନିର୍ବାଚିତ ଜନପ୍ରତିନିଧିଙ୍କୁ ସୁନିଶ୍ଚିତ କରିବା ପାଇଁ କୁହାଯାଇଛି ଯେ, ଗରିବ ଓ ବାଂଛିତଙ୍କୁ ଭୋଜନ ମିଳୁ । ଏହା ମଧ୍ୟ ସୁନିଶ୍ଚିତ କରିବାକୁ କୁହାଯାଇଛି ଯେ, ବିଭିନ୍ନ ଜନପ୍ରତିନିଧି ଦେଖନ୍ତୁ ଯେ, ନିଜ ଅଞ୍ଚଳରେ ଆବଶ୍ୟକ ବସ୍ତୁ ସ୍ଥାନୀୟ ବଜାରରେ ଉପଲବ୍ଧ ଅଛି କି ନାହିଁ । ଦୋକାନରେ ଯେପିରି କଳାବଜାରୀ ହେବ ନାହିଁ, ସେଥି ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ପଡ଼ିବ । ମନ୍ତ୍ରୀମାନଙ୍କୁ ସ୍ଥାନୀୟ ପ୍ରଶାସନ ସହିତ ସଂପର୍କ ରଖିବାକୁ ହେବ ଏବଂ ନିଜର ନିର୍ବାଚନ ମଣ୍ଡଳୀରେ କୋଭିଡ-୧୯ ସ୍ଥିତି ପର ନଜର ରଖିବାକୁ ପଡ଼ିବ । 

ସୂତ୍ର ଅନୁସାରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଜାରି ପତ୍ରରେ ମନ୍ତ୍ରୀଙ୍କୁ କୁହାଯାଇଛି ଯେ, ସ୍ଥାନୀୟ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ସଂପର୍କରେ ରୁହନ୍ତୁ । ସୁନିଶ୍ଚିତ କରନ୍ତୁ ଯେ, ଯେଉଁ ଲୋକମାନେ ବିଦେଶରୁ ଫେରିଛନ୍ତି, ସେମାନେ ସଂଗରୋଧ ନିୟମ ପାଳନ କରୁଛନ୍ତି କି ନାହିଁ । କରୋନା ଭାଇରସ ପଜିଟିଭ ଲୋକେ ଓ ଏଥିରେ ମୃତ୍ୟୁ ହେଉଥିବା ଲୋକଙ୍କ ତଥ୍ୟ ରଖିବାକୁ କୁହାଯାଇଛି । 

 

  • Tags: