Home > ସଂମ୍ପୂର୍ଣ୍ଣ ଖବର
ଟିକଟକ, ୟୁସି ବ୍ରାଉଜର ସମେତ ୫୯ ଆପ୍ ବ୍ୟାନ କରିବା ସହ ଚୀନକୁ ୫ଟି ବାର୍ତ୍ତା ଦେଲା ଭାରତ
Khabar Odisha:Nation-India-banned-59-Chinese-apps-including-Tik-Tak-gave-these-5-stern-messages

ନୂଆଦିଲ୍ଲୀ, ଜୁନ ୩୦ (ଖବର ଓଡ଼ିଶା): ପୂର୍ବ ଲଦ୍ଦାଖରେ ନିୟନ୍ତ୍ରଣ ରେଖାରେ ବିଗତ ୨ ମାସ ହେବ ଉତ୍ତେଜନା ଦେଖାଯାଇଛି । ଅନେକ ପର୍ଯ୍ୟାୟରେ ଏହି ବିବାଦକୁ ଶେଷ କରିବା ପାଇଁ ଭାରତ ଉଦ୍ୟମ କରୁଥିଲେ ବି ଚୀନ ମାନୁ ନାହିଁ ।  ବିବାଦକୁ ଦୂର କରିବା ପାଇଁ ଭାରତ ଓ ଚୀନ ସେନା ମଧ୍ୟରେ ମଙ୍ଗଳବାର ଲେଫନାଣ୍ଟ ଜେନେରାଲ ସ୍ତରରେ ପୁଣି ଥରେ ଆଲୋଚନା ହେବ । କିନ୍ତୁ ଏହି ଆଲୋଚନାର ଠିକ ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସରକାର ଡିଜିଟାଲ ସର୍ଜିକାଲ ଷ୍ଟ୍ରାଇକ କରିବାକୁ ଯାଇ ଟିକଟିକ, ୟୁସି ବ୍ରାଉଜର ସମେତ ୫୯ ଆପ ଉପରେ କଟକଣା ଲଗାଇଛନ୍ତି । କେନ୍ଦ୍ର ସରକାର କହିଛନ୍ତି, ଏହି ଆପ ଏକତା ଓ ରାଷ୍ଟ୍ରୀୟ ସୁରକ୍ଷା ପାଇଁ କ୍ଷତିକାରକ । ଭାରତ ସରକାରଙ୍କ ଏହି ପଦକ୍ଷେପ ଭାରତୀୟ ମୋବାଇଲ ବ୍ୟବହାରକାରୀ ଓ ଇଣ୍ଟରନେଟ ବ୍ୟବହାରଙ୍କ ପାଇଁ ମଙ୍ଗଳ ହେବ । 

-ପ୍ରଥମ କଥା ହେଲା ବିଶ୍ୱବ୍ୟାସୀଙ୍କୁ ଦେଶ ଚୀନ ଆପ ବିରୋଧରେ ସତର୍କ ରୁହନ୍ତୁ । ଅର୍ଥାତ ଚୀନ ଆପ ପ୍ରତି ଦୂରରେ ରହିଲେ ଭଲ । କାରଣ ଚୀନ ଆପ ନିଶା ଭଳି, ଯାହାକି ବ୍ୟକ୍ତିଗତ ଜୀବନ ପାଇଁ ବିପଦ ଓ ରାଷ୍ଟ୍ରପାଇଁ କ୍ଷତିକାରକ । ଆପଣ ଚୀନ ଉପରେ ନିର୍ଭର କଲେ, ଆପଣଙ୍କୁ କେହି ବଞ୍ଚାଇପାରିବ ନାର୍ହି । ଚୀନ ଆପ ଉପରେ ଅଭିଯୋଗ ହୋଇଥାଏ ଯେ, ଆପ ମାଧ୍ୟମରେ ସଂଗୃହୀତ ତଥ୍ୟକୁ ଚୀନର କମ୍ୟୁନିଷ୍ଟ ପାର୍ଟି ବ୍ୟବହାର କରିଥାଏ । 

-ଦ୍ୱିତୀୟ ବାର୍ତ୍ତା ହେଲା, ଉଦ୍ୟମ କରାଯାଇଛି ଯେ, ସମୟ ଆସିଯାଇଛି । ବିଶ୍ୱରେ ଥିବା ସରକାରମାନେ ନିଜ ପାଖରେ ଥିବା ଚୀନ ଆପଗୁଡ଼ିକ ଯାଞ୍ଚ କରନ୍ତୁ । ନିଜ ଦେଶ ସହିତ ଚୀନ ଖେଳ ଖେଳୁ ନାହିଁତ!

-ଭାରତ ଚୀନ ଆପ ବ୍ୟତୀତ ରହିବାରେ କୌଣସି ଅସୁବିଧା ନାହିଁ । ଯଦି ଭାରତ ବିନା ଚୀନ ଆପରେ ରହିପାରିବ, ତା’ହେଲେ ଆମେରିକା ଓ ୟୁରୋପ କାହିଁକି ନୁହେଁ । 

-ଚତୁର୍ଥ କଥା ହେଲା ଯେ, ଭାରତର ଏହି ନିଷ୍ପତ୍ତି କହୁଛି, ଦେଶ ଆତ୍ମନିର୍ଭରଶୀଳ ହେବା ଦିଗରେ ବଢୁଛି । ଯଦି ଟିକଟକ ଆପ ଉପଲବ୍ଧ ନହେବ, ଏଭଳି ଆପ ସଂପର୍କରେ କୌଣସି ଲୋକ ଚିନ୍ତା କରିବ । 

-ପଂଚମ ବାର୍ତ୍ତାରେ ଭାରତ ଚୀନକୁ କଡ଼ା ଜବାବ ଦେଇଛି । ଦେଶ ବିରୋଧରେ କୌଣସି ରାଷ୍ଟ୍ର ବିରୋଧୀ ପଦକ୍ଷେପ ନେଲେ ଭାରତ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ । 

 

  • Tags: