Home > ସଂମ୍ପୂର୍ଣ୍ଣ ଖବର
ଡ୍ରାଗନ ସହ ଆଜି ଆଲୋଚନା ପୂର୍ବରୁ ୫୯ ଚୀନ ଆପ୍‌ସ ଉପରେ ଭାରତର ଡିଜିଟାଲ ସର୍ଜିକାଲ ଷ୍ଟ୍ରାଇକ
Khabar Odisha:Nation-India-digital-surgical-strike-59-Chinese-apps-including-Tik-Tak-Uc-Browser-banned

ନୂଆଦିଲ୍ଲୀ, ଜୁନ ୩୦ (ଖବର ଓଡ଼ିଶା): ଲଦ୍ଦାଖରେ ନିୟନ୍ତ୍ରଣ ରେଖାରେ ଦେଖାଯାଇଥିବା ଉତ୍ତେଜନା ଦୂର କରିବା ପାଇଁ ଭାରତ ଓ ଚୀନ ସେନା ମଧ୍ୟରେ ମଙ୍ଗଳବାର ଲେଫନାଣ୍ଟ ଜେନେରାଲ ସ୍ତରରେ ପୁଣି ଥରେ ଆଲୋଚନା ହେବ । ଏହି ଆଲୋଚନାର ଠିକ ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସରକାର ଡିଜିଟାଲ ସର୍ଜିକାଲ ଷ୍ଟ୍ରାଇକ କରିବାକୁ ଯାଇ ଟିକଟିକ, ୟୁସି ବ୍ରାଉଜର ସମେତ ୫୯ ଆପ ଉପରେ କଟକଣା ଲଗାଇଛନ୍ତି । କେନ୍ଦ୍ର ସରକାର କହିଛନ୍ତି ଏହି ଆପ ଏକତା ଓ ରାଷ୍ଟ୍ରୀୟ ସୁରକ୍ଷା ପାଇଁ କ୍ଷତିକାରକ । 

ଆଇଟି ମନ୍ତ୍ରାଳୟ ସୋମବାର ଜାରିକରିଥିବା ଏକ ବୟାନରେ କହିଛି ଯେ, ବିଭିନ୍ନ ମହଲରୁ ଅଭିଯୋଗ ଆସିଥିଲା । ଏଥିରେ ଆଣ୍ଡରାଏଡ ଓ ଆଇସୋଏସ ପ୍ଲାଟଫର୍ମରେ ଉପଲବ୍ଧ କିଛି ମୋବାଇଲ ଆପର ଦୂରୁପଯୋଗ ସଂପର୍କରେ ରିପୋର୍ଟ ମଧ୍ୟ ସାମିଲ ଅଛି । ଏହି ରିପୋର୍ଟରେ କୁହାଯାଇଥିଲା ଯେ, ଆପ ବ୍ୟବହାରକାରୀଙ୍କ ଡାଟା ଚୋରୀ, ଲୁଚିଛିପି ଭାରତର ବାହାରକୁ ସର୍ଭରକୁ ପଠାନ୍ତି । କଟକଣା ତାଲିକାରେ ଭିଚ୍ୟାଟ, ବିଗୋ ଲାଇଭ, ହେଲୋ, କ୍ୟାମ ସ୍କାନର, ଏମଆଇ ଭିଡ଼ିଓ କଲ-ଶୋଆମୀ, ଏମଆଇ କମ୍ୟୁନିଟି, କ୍ଲାସ ଅଫ କିଙ୍ଗ ସମେତ ଇ-କମର୍ସ ପ୍ଲାଟଫର୍ମ କ୍ଲବ ଫ୍ୟାକ୍ଟ୍ରି, ଶିଡ଼ନ ମଧ୍ୟ ସାମିଲ ଅଛି । 

 

  • Tags: