Home > ସଂମ୍ପୂର୍ଣ୍ଣ ଖବର
ଜମ୍ମୁ କଶ୍ମୀର: ମାର୍ଚ୍ଚ ୫ରେ ହେବନି ପଞ୍ଚାୟତ ନିର୍ବାଚନ, ସୁରକ୍ଷା ପାଇଁ ଘୁଞ୍ଚିଲା ତାରିଖ
Khabar Odisha:Nation-Bypolls-to-panchayats-in-Jammu-Kashmir-postponed-due-to-security-reasons-say-CEO

ଜମ୍ମୁ, ଫେବୃଆରୀ ୧୯ (ଖବର ଓଡ଼ିଶା): ଜମ୍ମୁ ଓ କଶ୍ମୀରରେ ଆଗାମୀ ୫ ତାରିଖରେ ହେବାକୁ ଥିବା ପ୍ରସ୍ତାବିତ ପଞ୍ଚାୟତ ନିର୍ବାଚନକୁ ବର୍ତ୍ତମାନ ପରୀପ୍ରେକ୍ଷିରେ ସ୍ଥଗିତ କରି ଦିଆଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶୈଳେନ୍ଦ୍ର କୁମାର କହିଛନ୍ତି କି ସୁରକ୍ଷାଗତ କାରଣରୁ ନିର୍ବାଚନକୁ ସ୍ଥଗିତ କରାଯାଇଛି । ମାର୍ଚ୍ଚ ୫ ତାରିଖ ଠାରୁ ୮ଟି ପର୍ଯ୍ୟାୟରେ ୧୨ ହଜାର ୫୦୦ ପଞ୍ଚାୟତରେ ଉପନିର୍ବାଚନ ହେବାର ଥିଲା । ଶୈଳେନ୍ଦ୍ର କୁମାର କହିଛନ୍ତି କି ସୁରକ୍ଷା କାରଣରୁ ତିନି ସପ୍ତାହ ନିର୍ବାଚନ ଘୁଞ୍ଚାଇ ଦିଆଯାଇଛି । ସେ କହିଛନ୍ତି ଯେ, ଗୃହ ବିଭାଗ ସୁରକ୍ଷା ଦୃଷ୍ଟିରୁ ଯେଉଁ ରିପୋର୍ଟ ପ୍ରଦାନ କରିଥିଲେ, ଏହି ଆଧାରରେ ସ୍ଥଗିତ କରି ଦିଆଯାଇଛି । ସୂଚନାଯୋଗ୍ୟ, ପୂର୍ବରୁ ମାର୍ଚ୍ଚ ୫ରୁ ୨୦ ମଧ୍ୟରେ ୮ଟି ପର୍ଯ୍ୟାୟରେ ମତଗ୍ରହଣ କରାଯିବାର ଥିଲା । 

ଏହା ପୂର୍ବରୁ ୨୦୧୮ରେ ପଞ୍ଚାୟତ ନିର୍ବାଚନ ହୋଇଥିଲା ଏବଂ ପିପୁଲ ଡେମୋକ୍ରାଟ୍ସ ପାର୍ଟି ଓ ନ୍ୟାଶନାଲ କନଫ୍ରେନ୍ସ ଏହାକୁ ବହିଷ୍କାର କରିଥିଲା । ସବୁ ଦଳର ନେତାଙ୍କୁ ଉପନିର୍ବାଚନ ନେଇ ସିଇଓ ମଙ୍ଗଳବାର ଭେଟିଛନ୍ତି । ସେ ରାଜନେତାଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । 

 

  • Tags: