Home > ସଂମ୍ପୂର୍ଣ୍ଣ ଖବର
ଲକଡାଉନ ସମୟରେ ଆବଶ୍ୟକ ଜିନିଷ ମହଜୁଦ ରଖିବାକୁ କେନ୍ଦ୍ର ସରକାରଙ୍କ ଏସଓପି ଜାରି
Khabar Odisha:Nation-MHA-issues-sops-for-maintaining-supply-of-essential-goods-during-nationwide-lockdown-to-fight-covid-19

ନୂଆଦିଲ୍ଲୀ, ମାର୍ଚ୍ଚ ୨୭ (ଖବର ଓଡ଼ିଶା): କେନ୍ଦ୍ର ଗୃହ ମନ୍ତ୍ରାଳୟ ଲକଡାଉନ ସମୟରେ ଆବଶ୍ୟକ ଜନିଷ ମହଜୁଦ ରଖିବା ନେଇ କରିବାକୁ ଗୁରୁବାର ମାନକ ପରିଚାଳନା ପ୍ରକ୍ରିୟା (ଏସଓପି) ଜାରି କରିଛନ୍ତି ଏବଂ ରାଜ୍ୟ ସରକାରଗୁଡ଼ିକୁ ଏବାବଦରେ ସୁନିଶ୍ଚିତ କରିବା ପାଇଁ କହିଛନ୍ତି । କେନ୍ଦ୍ର ସରକାର କହିଛନ୍ତି, ଆବଶ୍ୟକ ସୁବିଧା ସୁଚାରୁ ରୂପେ ପରିଚାଳିତ ହେଉ । ମନ୍ତ୍ରାଳୟ କହିଛି, ଛୋଟ ଦୋକାନ, ବଡ଼ ସଂଗଠିତ ହୋଲସେଲ ବିକ୍ରୀ କେନ୍ଦ୍ର ଓ ଇ-କମର୍ସ କଂପାନୀର ସେବାରେ ଯେପରି କୌଣସି ବାଧା ସୃଷ୍ଟି ନହେବ, ସେଥିପାଇଁ ବ୍ୟବସ୍ଥା କରାଯାଉ ।

ଦୁଇ ପୃଷ୍ଠା ବିଶିଷ୍ଟ ଏସଓପିରେ ଗୃହମନ୍ତ୍ରାଳୟର ସଚିବ ଅଜୟ ଭଲ୍ଲା କହିଛନ୍ତି, ଲୋକଙ୍କ ପାଇଁ ଆବଶ୍ୟକ ଜିନିଷ ଛୋଟ ଦୋକାନ, ବଡ଼ ସଂଗଠିତ ହୋଲସେଲ କେନ୍ଦ୍ର ଓ ଇ-କମର୍ସ କଂପାନୀ ଉପଲବ୍ଧ ଅଛି । ଏସଓପିରେ କୁହାଯାଇଛି ଯେ, ଏହି ତିନି ପ୍ରକାର ପରିଚାଳକଙ୍କୁ ନିର୍ବାଧ କାର୍ଯ୍ୟ ସୁନିଶ୍ଚିତ କରିବାର ଆବଶ୍ୟକତା ଅଛି । ଏସଓପିରେ ଏହା ମଧ୍ୟ କୁହାଯାଇଛି ଯେ, ଆମଦାନୀ କରିବା ପାଇଁ ସେମାନଙ୍କୁ ସୁଯୋଗ ଦିଆଯାଉ । 

ଆବଶ୍ୟକ ଜିନିଷର ଆମଦାନୀକର୍ତ୍ତା ଯେଉଁମାନେ ଘର ପର୍ଯ୍ୟନ୍ତ ଖାଇବା ପହଞ୍ଚାଉଥିବା ରେଷ୍ଟୁରାଣ୍ଟକୁ ମଧ୍ୟ ସାମିଲ କରାଯାଇଛି । ଏସଓପିରେ କୁହାଯାଇଛି ଯେ, ଆବଶ୍ୟକ ସାମଗ୍ରୀକୁ ନିର୍ମାଣସ୍ଥଳରୁ ହୋଲସେଲ ବିକ୍ରେତାଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ପରିବହନ, ଚାଳକ ଓ ଲୋଡର ଆଦିକୁ ଅନୁମତି ଦିଆଯାଉ । ଔଷଧ, ଚିକିତ୍ସା ଉପକରଣ ସହିତ ଆବଶ୍ୟକ ଜିନିଷକୁ ଏହି ପରିବହନ ରାଜ୍ୟରେ ଗୋଟିଏ ସହରରୁ ଅନ୍ୟ ସହରକୁ, ସହର ଭିତରେ ଅଥବା ରାଜ୍ୟରୁ ଅନ୍ୟ ରାଜ୍ୟକୁ ହୋଇପାରେ ।    

 

  • Tags: