Home > ସଂମ୍ପୂର୍ଣ୍ଣ ଖବର
ଗୋଆ: କୁକୁରଙ୍କ ଯୋଗୁଁ ଅଟକିଲା ଏୟାର ଇଣ୍ଡିଆ ବିମାନର ଅବତରଣ, ବିରୋଧୀଙ୍କ ଟାର୍ଗେଟ
Khabar Odisha:Nation-Mumbai-to-Goa-flight-passenger-claimed-that-pilot-aborted-landing-due-to-dogs-at-runway

ପାଣାଜୀ, ଅଗଷ୍ଟ ୧୪ (ଖବର ଓଡ଼ିଶା): ଗୋଆର ରାଜଧାନୀ ପାଣାଜୀସ୍ଥିତ ବିମାନବନ୍ଦରର ରନୱେରେ କୁକୁରଙ୍କ ଦୌରାତ୍ମ ବଢ଼ିଛି । ରନୱେରେ କୁକୁରମାନେ ଏୟାର ଇଣ୍ଡିଆର ଏକ ବିମାନକୁ ଅବତରଣ କରାଇ ଦେଇ ନାହାନ୍ତି । ବିମାନର ଜଣେ ଯାତ୍ରୀ ଏହି ଦାବି କରିଛନ୍ତି । ଯାତ୍ରୀଙ୍କ କହିବା ଅନୁସାରେ ରନୱେରେ କୁରୁରମାନେ ଦେଖାଯିବାରୁ ମୁମ୍ବାଇ-ଗୋଆ ଏୟାର ଇଣ୍ଡିଆ ବିମାନର ପାଇଲଟ ବିମାନକୁ ଅଟକାଇ ଦେଇଥିଲେ । ରାଜ୍ୟରେ ବିରୋଧୀ ଦଳ ଏହି ଘଟଣା ମାଧ୍ୟମରେ ନାଗରିକଙ୍କ ସୁରକ୍ଷାକୁ ନେଇ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । 

ମୁମ୍ବାଇରୁ ଗୋଆକୁ ବିମାନରେ ଆସିଥିବା ଗୋବିନ୍ଦ ଗାୱକର ନାମରେ ଜଣେ ଯାତ୍ରୀ ଟୁଇଟ କରି ଏହି ସୂଚନା ଦେଇଛନ୍ତି । ବିମାନ ଅବତରଣ କରିବାର ଅଳ୍ପ ସମୟ ପୂର୍ବରୁ ପାଇଲଟ ରନୱେରେ କୁରୁର ଦେଖିଥିଲେ । ପ୍ରାୟ ୧୫ ମିନିଟ ଯାଏଁ ବିମାନ ଉଡିବା ପରେ ରନୱେକୁ ପହଂଚିଥିଲା । ସେ କହିଛନ୍ତି, ପାଇଲଟକୁ ପଚରାଯିବାରୁ ସେ କହିଥିଲେ ଯେ, ରନୱେରେ ୫-୬ କୁକୁର ଥିଲେ । ଗାୱକର ଡିଜିସିଏକୁ ପ୍ରଶ୍ନ କରିଛନ୍ତି ଯେ, ଏହାରି ଉପରେ ସ୍ପଷ୍ଟିକରଣ ଦିଆଯାଉ । କାରଣ ଏହା ବିପଦପୂର୍ଣ୍ଣ ଥିଲା । 

ଗୋଆ ବିମାନବନ୍ଦରର ଜଣେ ଅଧିକାରୀ ଏବାବଦରେ କହିଛନ୍ତି, କଥିତ ଘଟଣାର ତଦନ୍ତ ହେବ । ମାମଲାକୁ ନେଇ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ ପ୍ରତିକ୍ରିୟା ଦେଇ ତଦନ୍ତ ଦାବି କରିଛନ୍ତି । ସେ କହିଛନ୍ତି, କ’ଣ ଡିଜିସିଏ ଏହାକୁ ଗମ୍ଭୀରତାର ସହିତ ନେବ?

        

 

  • Tags: