Home > ସଂମ୍ପୂର୍ଣ୍ଣ ଖବର
ସଂଖ୍ୟାଲଘୁ ସଂପ୍ରଦାୟର ଝିଅଙ୍କୁ ମାଗଣାରେ ମିଳିବ ୟୁପିଏସସି ପାଇଁ କୋଚିଂ: କେନ୍ଦ୍ରମନ୍ତ୍ରୀ
Khabar Odisha:Nation-Muslim-girls-will-be-given-free-coaching-for-UPSC-says-Union-Minister-Mukhtar-Abbas-Naqvi

ନୂଆଦିଲ୍ଲୀ, ଜୁନ ୧୩ (ଖବର ଓଡ଼ିଶା): ମହିଳା ଶିକ୍ଷାର ବିକାଶ ପାଇଁ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାର କାମ କରୁଛି । ସମସ୍ତେ ଶିକ୍ଷିତ ହୋଇ ରୋଜଗାର ସଂପନ୍ନ ହେବା ଲକ୍ଷ୍ୟ ନେଇ ସରକାର ବିଭିନ୍ନ ଯୋଜନା ଆଣିିଛନ୍ତି । କେନ୍ଦ୍ରମନ୍ତ୍ରୀ ମୁଖତାର ଅବାସୀ ନକବୀ ବୁଧବାର କହିଛନ୍ତି, ସଂଖ୍ୟାଲଘୁ ସଂପ୍ରଦାୟର ଝିଅମାନଙ୍କୁ ସରକାର ମାଗଣାରେ ୟୁପିଏସସି ପାଇଁ କୋଚିଂ ବ୍ୟବସ୍ଥା କରାଇବେ । ସରକାରଙ୍କ ଏହି ଯୋଜନାରେ ସଂଖ୍ୟାଲଘୁ ସଂପ୍ରଦାୟର ଝିଅମାନଙ୍କୁ ରାଜ୍ୟ ଏବଂ ବ୍ୟାଙ୍କିଙ୍ଗ ବିଭାଗରେ ଚାକିରୀ ପାଇଁ ସୁବିଧା ହେବ । 

କେନ୍ଦ୍ରମନ୍ତ୍ରୀ ନକଭୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଜନ ବିକାଶ କାର୍ଯ୍ୟକ୍ରମରେ ବିଦ୍ୟାଳୟ, କଲେଜ, ହସ୍ପିଟାଲ, ଗୋଷ୍ଠୀକେନ୍ଦ୍ର, ସର୍ବସାଧାରଣ ଗୃହ, ଛାତ୍ରାବାସ ଆଦି ନିର୍ମାଣ ହେବ । ଏଥି ପାଇଁ କେନ୍ଦ୍ର ସରକାର ଶତପ୍ରତିଶତ ଅନୁଦାନ ପ୍ରଦାନ କରବେ ।

 

  • Tags: