Home > ସଂମ୍ପୂର୍ଣ୍ଣ ଖବର
ପ୍ରଧାନମନ୍ତ୍ରୀ ମୋଦୀ କହିଲେ- ସକାଳ ୯:୩୦ରେ ପହଂଚନ୍ତୁ ଅଫିସ, ଘରେ ନ କରନ୍ତୁ କାମ
Khabar Odisha:Nation-PM-Modi-asks-ministers-to-reach-office-by-930-am-and-avoid-working-from-home

ନୂଆଦିଲ୍ଲୀ, ଜୁନ ୧୩ (ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସମସ୍ତ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ଯେ ସେମାନେ ପୂର୍ବାହ୍ନ ୯ଟା ୩୦ ପର୍ଯ୍ୟନ୍ତ ଅଫିସ ପହଂଚନ୍ତୁ । ମନ୍ତ୍ରୀମାନେ ଅଫିସର କାମ ଘରେ ବସି କରନ୍ତୁ ନାହିଁ । ଏହାଦ୍ୱାରା ସେମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲିଟିବେ । ପ୍ରଧାନମନ୍ତ୍ରୀ କହିଛନ୍ତି, ସଂସଦର ୪୦ ଦିନିଆ ବଜେଟ ଅଧିବେଶନ ସମୟରେ ବାହାରକୁ  ଗସ୍ତ ନ କରନ୍ତୁ । ମୋଦୀ ନିଜର ଉଦାହରଣ ଦେଇ କହିଛନ୍ତି ସେ ଯେତେବେଳେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ଅଧିକାରୀ ମାନଙ୍କ ସହିତ ପହିଂଚି ଯାଉଥିଲେ । ମନ୍ତ୍ରିପରିଷଦର ପ୍ରଥମ ବୈଠକରେ ଅଧ୍ୟକ୍ଷତା କରି ମୋଦୀ ବୁଧବାର ମନ୍ତ୍ରୀମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି । 

ପ୍ରଧାନମନ୍ତ୍ରୀ ମୋଦୀ ନିଜର ମନ୍ତ୍ରୀମାନଙ୍କୁ କହିଛନ୍ତି, ନବ ନିର୍ବାଚିତ ସାସଂଦ ମାନଙ୍କୁ ଭେଟନ୍ତୁ । ସେମାନଙ୍କ ସହିତ ଆଲୋଚନା କରନ୍ତୁ । କାରଣ ମନ୍ତ୍ରୀ ଓ ସାସଂଦଙ୍କ ମଧ୍ୟରେ ବହୁତ କିଛି ପାର୍ଥକ୍ୟ ନାହିଁ । ପାଂଚ ବର୍ଷର ଏଜେଣ୍ଡା ପ୍ରସ୍ତୁତ କରନ୍ତୁ ଯାହାର ପ୍ରଭାବ ଆଗାମୀ ୧୦୦ ଦିନ ମଧ୍ୟରେ ଦେଖାଯିବା ଦରକାର । 

 

  • Tags: