Home > ସଂମ୍ପୂର୍ଣ୍ଣ ଖବର
ଏସସିଓ ସମ୍ମିଳନୀରେ ଯୋଗଦେବାକୁ ବାହାରିଲେ ପ୍ରଧାନମନ୍ତ୍ରୀ ମୋଦୀ, ପାକିସ୍ତାନ ନୁହେଁ, ଓମାନ ରାସ୍ତାରେ ପହଂଚିବେ ବିଶକେକ
Khabar Odisha:Nation-Prime-Minister-Narendra-Modi-departs-for-Bishkek-in-Kyrgyzstan-where-he-will-attend-SCO-summit

ନୂଆଦିଲ୍ଲୀ, ଜୁନ ୧୩ (ଖବର ଓଡ଼ିଶା): କିର୍ଗିସ୍ତାନର ବିଶକେକରେ ଗୁରୁବାର ଠାରୁ ଆରମ୍ଭ ହେଉଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ସକାଳୁ ଏହି ୨ ଦିନିଆ ଗସ୍ତ କରିଛନ୍ତି । ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପ୍ରଥମ ଥର ଯୋଗ ଦେଉଛନ୍ତି । ସେହିଭଳି ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଯୋଗଦେବେ । ମୋଦୀଙ୍କ ବିମାନ ପାକିସ୍ତାନ ଆକାଶ କ୍ଷେତ୍ରଦେଇ କିର୍ଗିସ୍ତାନ ଯାଇ ନାହିଁ । ସେ ମୁମ୍ବାଇ ଠାରୁ ଓମାନ ରାସ୍ତାରେ ବିଶକେକ ଯିବେ । ମୋଦୀ ପାଖାପାଖି ଅପରାହ୍ଣ ୨ଟାରେ କିର୍ଗିସ୍ତାନ ପହଂଚିବେ ବୋଲି ଅନୁମାନ କରାଯାଉଛି । 

ସୂଚନାଯୋଗ୍ୟ ଚୀନ ରାଷ୍ଟ୍ରପତି ଏହି ସମ୍ମିଳନୀରେ ଯୋଗଦେବାକୁ ବୁଧବାର ପହଂଚିଛନ୍ତି । ସମ୍ମିଳନୀ ମାଧ୍ୟମରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ । ସାଧାରଣ ନିର୍ବାଚନ ୨୦୧୯ରେ ବିଜେପିକୁ ବଡ଼ ବିଜୟ ମିଳିବା ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ହେବ ପ୍ରଥମ ବୈଠକ । ଏସସିଓର ୧୯ତମ ସମ୍ମିଳନୀ ଜୁନ ୧୪ରେ ଶେଷ ହେବ । ଚୀନ ନେତୃତ୍ୱରେ ୮ ସଦସ୍ୟ ଆର୍ଥିକ ଓ ସୁରକ୍ଷା ସମୂହ ଅଛନ୍ତି, ଯେଉଁଥିରେ ଭାରତ ଓ ପାକିସ୍ତାନ ମଧ୍ୟ ୨୦୧୭ରୁ ସାମିଲ ହୋଇଛନ୍ତି । 

 

  • Tags: