Home > ସଂମ୍ପୂର୍ଣ୍ଣ ଖବର
ଜମ୍ମୁ କଶ୍ମୀର: ଅନନ୍ତନାଗରେ ସୁରକ୍ଷାବାହିନୀର ଏନକାଉଣ୍ଟର, ୨ ଆତଙ୍କବାଦୀ ନିପାତ
Khabar Odisha:Nation-Two-unidentified-terrorists-killed-in-the-encounter-at-Waghama-area-of-Anantnag

ଶ୍ରୀନଗର, ଜୁନ ୩୦ (ଖବର ଓଡ଼ିଶା): ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାର ୱାଗହମାରେ ଏନକାଉଣ୍ଟର ହୋଇଛି । ସୁରକ୍ଷା ବାହିନୀର ଏହି ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ନିହତ ଆତଙ୍କବାଦୀଙ୍କର ପରିଚୟ ମିଳିପାରି ନାହିଁ । ତେବେ ସୁରକ୍ଷା ବାହିନୀର ଯବାନମାନେ ଘଟଣାସ୍ଥଳରୁ ବନ୍ଧୁକ ଓ ଗୁଳି ଜବତ କରିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ଖବର ମିିଳିବା ପରେ ସୁରକ୍ଷା ବାହିନୀର ଯବାନମାନେ ନିଦ୍ଦିଷ୍ଟସ୍ଥାନରେ ଏନକାଉଣ୍ଟର କରିଥିଲେ । ଆତଙ୍କବାଦୀ ପରିଚୟ ତଦନ୍ତ କରାଯାଉଥିବା ବେଳେ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି । 

ଗତକାଲି ଅନନ୍ତନାଗ ଜିଲ୍ଲାର ଖୁଲଚୋହର ଅଂଚଳରେ ୩ ଜଣ ଆତଙ୍କବାଦୀକୁ ନିହତ ହୋଇଥିଲେ ।  ସେହିପରି ଗତ ଶୁକ୍ରବାର ତ୍ରାଲରେ ସୁରକ୍ଷା ବାହିନୀର ଯବାନମାନେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀକୁ ନିହତ କରିଥିଲେ । ତ୍ରାଲର ଚେୱା ଉଲ୍ଲରରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ସୁରକ୍ଷା ବାହିନୀର ଯବାନମାନଙ୍କୁ ସୂଚନା ମିଳିଥିଲା । ଏହା ପରେ ପୋଲିସ, ସେନା ଓ ସିଆରପିଏଫର ଯୁଗ୍ମ ଟିମ ଘଟଣାସ୍ଥଳକୁ ଅପରେଶନ ପାଇଁ ପହଞ୍ଚିଥିଲେ । ସୁରକ୍ଷା ବଳ ଦେଖିବା ମାତ୍ରେ ଆତଙ୍କବାଦୀମାନେ ବନ୍ଧୁକ ଚଳାଇଥିଲେ । ଏହାର ଯବାବ ଦେଇଥିଲେ ସୁରକ୍ଷା ବାହିନୀ । 

ଏହା ପୂର୍ବରୁ ଗୁରୁବାର ଉତ୍ତର କଶ୍ମୀରର ସୋପୋରରେ ସୁରକ୍ଷା ବାହିନୀର ଯବାନମାନେ ଲସ୍କର-ଏ-ତଇବାର ୨ ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲେ । ଚଳିତ ମାସ ଘାଟିରେ ୩୨ରୁ ଅଧିକ ଆତଙ୍କବାଦୀ ନିହତ ହୋଇସାରିଛନ୍ତି । ଚଳିତ ବର୍ଷ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇସାରିଛନ୍ତି । ଜୁନ ୨୩ରେ ପୁଲୱାମାର ବାନ୍ଦୁଜୁ ଅଂଚଳରେ ସୁରକ୍ଷା ବାହିନୀର ଯବାନମାନେ ୨ ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲେ । ଏହି ସମୟରେ ସିଆରପିଏଫର ଜଣେ ଯବାନ ମଧ୍ୟ ସହିଦ ହୋଇଥିଲେ । ଜୁନ ୨୧ରେ କୁଲଗାମ ଓ ଶ୍ରୀନଗରରେ ହୋଇଥିବା ଏନକାଉଣ୍ଟରରେ ଜଣେ ପାକିସ୍ତାନୀ ସମେତ ୪ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । 

 

  • Tags: