Home > ସଂମ୍ପୂର୍ଣ୍ଣ ଖବର
ଅନଲକ-୧ ଆଜି ଶେଷ ହେବ, କାଲିଠୁ ଅନଲକ-୨ ଆରମ୍ଭ ହେବା ପୂର୍ବରୁ ଜାଣନ୍ତୁ ଗାଇଡଲାଇନ
Khabar Odisha:Nation-Unlock-1-finished-today-Unlock-2-know-what-will-open-and-what-remain-closed

ନୂଆଦିଲ୍ଲୀ, ଜୁନ ୩୦ (ଖବର ଓଡ଼ିଶା): ଘାତକ କୋଭିଡ-୧୯ ମହାମାରୀ ଯୋଗୁଁ ସଂକ୍ରମିତ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଆଜି ମଧ୍ୟରାତ୍ରୀରେ ଅନଲକ-୧ ଶେଷ ହେବ । ଏହା ପରେ ରାତି ୧୨ଟା ଠାରୁ ଆରମ୍ଭ ହୋଇଯିବ ଅନଲକ-୨ । ଏନେଇ କେନ୍ଦ୍ର ସରକାର ସୋମବାର ବିଳମ୍ବିତ ସନ୍ଧ୍ୟାରେ ଗାଇଡଲାଇନ ଜାରି କରିଛନ୍ତି । ଅନଲକ-୨ର ଅବଧୀ ଜୁଲାଇ ୩୧ ଯାଏଁ ଜାରି ରହିବ । ଦେଶରେ କରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୫ ଲକ୍ଷ ୪୮ ହଜାର ୩୧୮ରେ ପହଞ୍ଚିଥିବା ବେଳେ ଏଥିରୁ ୨ ଲକ୍ଷ ୧୦ ହଜାର ୧୨୦ ଜଣ ସକ୍ରିୟ ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ୩ ଲକ୍ଷ ୨୧ ହଜାର ୭୨୩ ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ୧୬ ହଜାର ୪୭୫ ଜଣଙ୍କର ମୃତ୍ୟୁ ହୋଇଛି । 

କ’ଣ ବନ୍ଦ ରହିବ, କ’ଣ ଖୋଲିବ

-ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ଓ କୋଚିଂ ବନ୍ଦ ରହିବ । ଅନଲାଇନ ଡିଷ୍ଟାନ୍ସ କୋର୍ସ ପାଇଁ ଅନୁମତି ମିଳିବ । ଏହାକୁ ପ୍ରୋତ୍ସାହନ ଦିଆଯିବ । 

-ଗୃହ ମନ୍ତ୍ରାଳୟ ତରଫରୁ ଅନୁମତି ବ୍ୟତୀତ ଯାତ୍ରୀ ଅନ୍ତର୍ଜାତୀୟ ବିମାନ ଯାତ୍ରା କରିପାରିବେ ନାହିଁ । ସେହିପରି ମେଟ୍ରୋ ରେଳ ଚାଲିବ ନାହିଁ । 

-ସିନେମା ହଲ, ଜିମ, ସୁଇମିଂ ପୁଲ, ମନୋରଂଜନ ପାର୍କ, ବାର, ବିଧାନସଭା ଓ ଏଭଳି ସ୍ଥାନ ବନ୍ଦ ରହିବ । 

-ସାମାଜିକ, ରାଜନୈତିକ, ଖେଳ, ମନୋରଂଜନ, ଶିକ୍ଷା, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟ ଓ ଅନ୍ୟ ବଡ଼ କାର୍ଯ୍ୟକ୍ରମ ମଧ୍ୟ ହୋଇପାରିବ ନାହିଁ । 

-କଣ୍ଟେନମେଣ୍ଟ ଜୋନ ବାହରେ କେନ୍ଦ୍ର ଓ ରାଜ୍ୟର ଶିକ୍ଷାନୁଷ୍ଠାନକୁ ଜୁଲାଇ ୧୫ ପରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି । 

-ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ । କିନ୍ତୁ ଆବଶ୍ୟକ ଗତିବିଧି ପାଇଁ କୋହଳ ରହିବ । ରାତ୍ରୀକାଳୀନ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ଯାଏଁ ରହିବ । 

-ସମସ୍ତ ଘରୋଇ ବିମାନ ଓ ପାସେଞ୍ଜର ଟ୍ରେନ ପୂର୍ବ ଭଳି ସୀମିତ ଭାବେ ଅନୁମତି ମିଳିବ ।

-କଣ୍ଟେନମେଣ୍ଟ ଜୋନ ବାହାରେ ପାଖାପାଖି ସମସ୍ତ ଗତିବିଧିକୁ ଅନୁମତି ଦିଆଯାଇଛି ।  

 

  • Tags: