Home > ସଂମ୍ପୂର୍ଣ୍ଣ ଖବର
କରୋନା: ରାଜରାସ୍ତାକୁ ଓହ୍ଲାଇଲେ ମମତା ବାନାର୍ଜୀ, ସାମାଜିକ ଦୂରତ୍ୱ ପାଠ ପଢ଼ାଇଲେ
Khabar Odisha:Nation-Corona-virus-West-Bengal-CM-Mamata-Banerjee-social-distancing-PM-Narendra-Modi

କୋଲକାତା, ମାର୍ଚ୍ଚ ୨୭ (ଖବର ଓଡ଼ିଶା): କରୋନା ଭାଇରସ ସହ ମୁକାବିଲା କରିବାକୁ ହେଲେ ବର୍ତ୍ତମାନ ପରିପ୍ରେକ୍ଷୀରେ ସାମାଜିକ ଦୂରତ୍ୱ ରଖିବା ସବୁଠାର ବଡ଼ କାମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଉପଦେଶ ଦେଇଛନ୍ତି । ଏହି କ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଲୋକଙ୍କୁ ସାମାଜିକ ଦୂରତ୍ୱ ପାଠ ପଢ଼ାଇବା ପାଇଁ  ରାଜରାସ୍ତାକୁ ଓହ୍ଲାଇଛନ୍ତି । 

ମମତା ବାନାର୍ଜୀ ଗୁରୁବାର କୋଲକାତାର ସଡ଼କରେ ଯାଉଥିବାର ଦେଖାଯାଇଥିଲା । ସେ ସାମାଜିକ ଦୂରତ୍ୱ କିପରି ରକ୍ଷା କରାଯାଇପାରିବ ସାଧାରଣ ଲୋକଙ୍କୁ ବୁଝାଇଥିଲେ । ଏକ ଫଳ ବଜାରରେ ସେ ଓହ୍ଲାଇ ଚକଖଡି ନେଇ ଗୋଲାକୃତି କରିଥିଲେ । ସେ ଲୋକଙ୍କୁ କହିଥିଲେ, ଫଳ କିଣିବା ପୂର୍ବରୁ ଲୋକେ ଗୋଲ ଭିତରେ ଛିଡା ହୁଅନ୍ତୁ । ସାମ୍ନାରେ ଥିବା ଲୋକ ତାର ସ୍ଥାନ ଛାଡ଼ିଲେ ପଛରେ ଛିଡା ହୋଇଥିବା ଲୋକ ଆଗକୁ ବଢ଼ନ୍ତୁ ବୋଲି ପରାମର୍ଶ ଦେଇଥିଲେ ।  

ତୃଣମୂଳ କଂଗ୍ରେସର ସାଂସଦ ଡେରେକ ଓବ୍ରାଏନ ମମତା ବାନାର୍ଜୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ମମତା ଧଳା ଶାଢ଼ୀ ପିନ୍ଧି, ମୁହଁରେ ରୁମାଲ ବାନ୍ଧିଥିଲେ । ସେ ଲୋକଙ୍କୁ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ । ଏଥି ସହିତ ମମତା ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ । 

 

  • Tags: