Home > ସଂମ୍ପୂର୍ଣ୍ଣ ଖବର
ରେକର୍ଡ: ଚା’କିଲୋ ୭୫ ହଜାର ଟଙ୍କା
Khabar Odisha:Nation-Golden-butterfly-tea-of-Assam-auctioned-at-75000-rupees-per-kg

ଗୌହାଟୀ, ଅଗଷ୍ଟ ୧୪ (ଖବର ଓଡ଼ିଶା): ଗୌହାଟୀ ଚା’ ନିଲାମ କେନ୍ଦ୍ର (ଜିଟିଏସି)ରେ ଦିକୋମ ଟି ଇଷ୍ଟେଟର ଏକ ବିରଳ ଚା’ ମଙ୍ଗଳବାର ନୂଆଁ ରେକର୍ଡ କରିଛି । ଏହି ଚା’ କିଲୋ ପିଛା ୭୫ ହଜାର ଟଙ୍କାରେ ବିକ୍ରି ହୋଇଛି । ଜିସିଏସି କେତ୍ରା ସଂଗଠନର ସଚିବ ଦିନେଶ ବିନାନୀ କହିଛନ୍ତି, ‘ଗୋଲ୍ଡେନ ବଟରଫ୍ଲାଏ’ ନାମରେ ଏହି ଚା’ ସହରର ଜଣେ ବ୍ୟବସାୟୀ କିଣିଛନ୍ତି । 

ବିନାନୀ କହିଛନ୍ତି, ଚା’ କ୍ଷେତ୍ରରେ ନୀଲାମୀ କେନ୍ଦ୍ର ଏକ ଏଭଳି ସ୍ଥାନ ଦଖଲ କରିଛି, ଯେଉଁଠାରେ ରେକର୍ଡ ଅତିକ୍ରମ କରିବା ଏବଂ ଇତିହାସ ଲେଖାଯାଇଥାଏ । ସେ କହିଛନ୍ତି, ଏହି ଅସାଧାରଣ ଚା’କୁ ଜେ ଥୋମାସ ଆଣ୍ଡ କଂପାନୀ ମାଧ୍ୟମରେ ବିକ୍ରି କରାଯାଇଛି । ‘ଗୋଲ୍ଡେନ ବଟରଫ୍ଲାଏ’ ଏକ ସ୍ପେଶିଏଲିଟି ଟି ଅଟେ, ଯାହାର ଉତ୍ପାଦନ ଡେବ୍ରିଗଡ଼ ନିକଟ ଦିକୋମ ଟି ଇଷ୍ଟେଟରେ ଉତ୍ପାଦନ କରାଯାଇ ଥାଏ । 

ଇଷ୍ଟେଟର ସୁପରିଟେଣ୍ଡିଙ୍ଗ ମ୍ୟାନେଜର ଦରରେ ଖୁସି ହୋଇ କହିଛନ୍ତି, ଏହି ଚାଷ ପାଇଁ ବହୁ ପରିଶ୍ରମ କରାଯାଇଥାଏ । ସେ କହିଛନ୍ତି ଯେ, ତାଙ୍କର କାମକୁ ପରିଚୟ ମିଳିଛି ଏବଂ ଏଥିରୁ ପ୍ରେରଣା ମଧ୍ୟ ମିଳିଥାଏ । ସୂଚନାଯୋଗ୍ୟ ମଙ୍ଗଳବାର ରେକର୍ଡ ପୂର୍ବରୁ ଗତ ରେକର୍ଡ ‘ମାଇଜାନ ଅର୍ଥଡକ୍ସ ଗୋଲ୍ଡେନ ଟି ଟିପ୍ସ’ର ଥିଲା । ଏହି ଚା’ ଜୁଲାଇ ୩୧ରେ କିଲୋ ପିଛା ୭୦ ହଜାର ୫୦୧ ଟଙ୍କା ଥିଲା । 

  

 

  • Tags: