Home > ସଂମ୍ପୂର୍ଣ୍ଣ ଖବର
ବାତ୍ୟା ‘ବାୟୁ’ ସ୍ଥଳ ଭାଗ ଛୁଇଁବା ପୂର୍ବରୁ ସୋମନାଥ ମନ୍ଦିରରେ ବ୍ୟାପକ କ୍ଷୟକ୍ଷତି
Khabar Odisha:Nation-Gujarat-The-shed-at-the-entrance-of-Somnath-Temple-in-Gir-Somnath-district

ଅହମଦାବାଦ, ଜୁନ ୧୩ (ଖବର ଓଡ଼ିଶା): ଆରବ ସାଗରରେ ସୃଷ୍ଟି ହୋଇଥିବା ଝଡ଼ ‘ବାୟୁ’ ଗୁରୁବାର ଅପରାହ୍ଣରେ ଗୁଜୁରାଟ ଉପକୂଳ ଛୁଇଁବ । ମାତ୍ର ଏହା ପୂର୍ବରୁ ଆଜି ସକାଳୁ ପୂର୍ବାଭାସ ଦେଇସାରିଛି । ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ପଶ୍ଚିମ ଭାରତର ପ୍ରମୁଖ ପର୍ଯ୍ୟଟନସ୍ଥଳ ‘ସୋମନାଥ’ ମନ୍ଦିରରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । 

ସ୍ଥଳଭାଗକୁ ବାତ୍ୟା ପହଂଚିବା ପୂର୍ବରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସ୍ଥଳସେନା, ବାୟୁସେନା ଓ ନୌସେନା ମୁକାବିଲା ପାଇଁ ପ୍ରସ୍ତୁତ ଥିବା ବେଳେ ପ୍ରାୟ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସେହିଭଳି ୮୨ଟି ଟ୍ରେନ ଚଳାଚଳ ବାତିଲ କରାଯାଇଥିବା ବେଳେ ୧୦ଟି ଜିଲ୍ଲାରେ ସ୍କୁଲ-କଲେଜକୁ ଜୁନ ୧୩-୧୪ ଯାଏଁ ଛୁଟି ଘୋଷଣା କରି ଦିଆଯାଇଛି । ସମୁଦ୍ର କୂଳରେ ତଟରକ୍ଷୀ ବାହିନୀ ମୁତୟନ କରାଯାଇଥିବା ବେଳେ ବାତ୍ୟା ପରବର୍ତ୍ତୀ ମୁକାବିଲା ପାଇଁ ଏନଡିଆରଏଫ ଟିମ ପ୍ରସ୍ତୁତ ଅଛନ୍ତି । ବାତ୍ୟା ଉପରେ ନଜର ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପରାମର୍ଶ ଦେଇଛନ୍ତି । 

ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଅଅପରାହ୍ଣରେ ବାୟୁ ସ୍ଥଳଭାଗ ଛୁଇଁବ । ଭେରବାଲ ଓ ପୋରବନ୍ଦର ମଝିରେ ଏହା ସ୍ଥଳଭାଗକୁ ଛୁଇଁବ । ଏହି ସମୟରେ ଘଣ୍ଟାପ୍ରତି ୧୩୫ରୁ ୧୪୫ କିଲୋମିଟର ବେଗରେ ପବନ ବହିବ । ସ୍ଥାନୀୟ ପ୍ରଶାସନର ଅନୁମତି କ୍ରମେ ରାଜକୋଟରେ ବିଭିନ୍ନ ଗୃପ ମାଧ୍ୟମରେ ଖାଦ୍ୟ ପୁଡ଼ିଆ ପ୍ୟାକେଜିଂ କରାଯାଇଛି । ଏହାକୁ ବାତ୍ୟା ପ୍ରଭାବିତ ଲୋକଙ୍କ ଉଦ୍ଦେଶ୍ୟରେ ବିତରଣ କରାଯିବ । 

 

  • Tags: