Home > ସଂମ୍ପୂର୍ଣ୍ଣ ଖବର
ଜମ୍ମୁ କଶ୍ମୀରରେ ଲଗାଯାଇଥିବା କଟକଣା ଅଗଷ୍ଟ ୧୫ ପରେ ସ୍ୱଭାବିକ ହେବ: ରାଜ୍ୟପାଳ
Khabar Odisha:Nation-Restrictions-in-Jammu-Kashmir-to-be-eased-after-August-15

ଶ୍ରୀନଗର, ଅଗଷ୍ଟ ୧୪ (ଖବର ଓଡ଼ିଶା): ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି । ଫଳରେ ରାଜ୍ୟର ଜନତାଙ୍କୁ ବିଗତ କିଛି ଦିନ ହେବ କଟକଣାର ସମ୍ମୁଖୀନ ହେବାକୁ ପଡୁଛି । ଖୁବ ଶୀଘ୍ର ଏଥିରୁ ଆଶ୍ୱସ୍ତି ମିଳିପାରେ ବୋଲି ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଳ ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଅଗଷ୍ଟ ୧୫ ପରେ କଟକଟାକୁ ସାମାନ୍ୟ ହାଲୁକା କରି ଦିଆଯିବ । ମାତ୍ର ଇଣ୍ଟରନେଟ ଓ ମୋବାଇଲ ସେବା ଆଉ କିଛି ଦିନ ପାଇଁ କଟକଣା ଜାରି ରହିବ । 

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମଲିକ କହିଛନ୍ତି, ଅଗଷ୍ଟ ୧୫ ପରେ ଯିବାଆସିବାରେ ଲଗାଯାଇଥିବା କଟକଣା ସାଧାରଣ ହୋଇଯିବ । ମାତ୍ର ମୋବାଇଲ ଓ ଇଣ୍ଟରନେଟ କଟକଣା ପୂର୍ବ ଭଳି ଆଗକୁ ମଧ୍ୟ କିଛି ଦିନ ପାଇଁ ଜାରି ରହିବ । ମଲିକ କହିଛନ୍ତି, ଯେତେଦିନ ଯାଏଁ ସ୍ଥିତି ସାଧାରଣ ନ ହୋଇଛି, ସେତେଦିନ ଯାଏଁ ଏହି ଧାରା ଜାରି ରହିବ । ଆଗାମୀ ଏକ ସପ୍ତାହ ଅର୍ଥାତ ୧୦ ଦିନ ମଧ୍ୟରେ ସ୍ଥିତି ଠିକଠାକ ହୋଇଯିବ ଏବଂ ପରେ ଧୀରେ ଧୀରେ ସବୁ କିଛି ସ୍ୱଭାବିକ ଅବସ୍ଥାକୁ ଫେରିବ । 

ରାଜ୍ୟପାଳ ମଲିକ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବାବାଦରେ କହିଛନ୍ତି, ତାଙ୍କୁ (ରାହୁଲ) ସୂଚନାର ଅଭାବ ରହିଛି । ୱାୟନାଡର ସାଂସଦ ସୀମା ଅତିକ୍ରମ କରି କହୁଛନ୍ତି । ମଲିକ ରାହୁଲଙ୍କୁ ଦେଇଥିବା କଶ୍ମୀର ଆସିବା ନିମନ୍ତ୍ରଣକୁ ଫେରାଇ ନେଇଛନ୍ତି । ସୂଚନାଯୋଗ୍ୟ ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ଆପତ୍ତି ଜଣାଇ କହିଥିଲେ, କଶ୍ମୀର ଅବସ୍ଥା ସଂପର୍କରେ ଅବଗତ କରାଇବା ପାଇଁ ରାହୁଲଙ୍କୁ ଆମେ ବିମାନ ପଠାଇବୁ । 

   

 

  • Tags: