Home > ସଂମ୍ପୂର୍ଣ୍ଣ ଖବର
ଭାରତରେ କରୋନାସ୍ଥିତି ଜଟିଳ : ଗତ ୨୪ ଘଣ୍ଟାରେ ୬୫୬୬ ଆକ୍ରାନ୍ତ ଚିହ୍ନଟ ସହ ୧୯୪ ଟି ଜୀବନ ନେଇଛି କରୋନା ଭାଇରସ
Khabar Odisha:National-1-58000-crossed-Corona-positive-in-India
ନୂଆଦିଲ୍ଲୀ, ମେ ୨୮ (ଖବର ଓଡ଼ିଶା):

 ମହାମାରୀ କରୋନା ବିଶ୍ବକୁ କବଳିତ କରିଛି।  ସଙ୍କଟ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି ।  ଲକ୍ ଡାଉନ୍ ସତ୍ତ୍ଵେ ଦେଶରେ  ଉଦବେଜନକ ଭାବେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।  ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୫୮ ହଜାର ପାର ହୋଇଥିବା ବେଳେ  ମୃତ୍ୟୁ ସଂଖ୍ୟା ୪ ହଜାର ୫ ଶହ ଟପିଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ଭାବେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୬୫୬୬  ଟି ନୂଆ କରୋନା ଆକ୍ରାନ୍ତଙ୍କ ମାମଲା ସାମନାକୁ ଆସିଛି। ଏହାସହ ୧୯୪ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି ।  କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧ ଲକ୍ଷ ୫୮ ହଜାର ୩୩୩ ରେ ପହଂଚିଛି ।  ଏପର୍ଯ୍ୟନ୍ତ ଭାରତରେ ୪ ହଜାର ୫୩୧ ଜଣଙ୍କ ମୃତ୍ୟୁ ଘଟିଛି । 

ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୬୯,୬୯୨ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୬,୧୧୦ ସକ୍ରିୟ ଅଛନ୍ତି। ଏବେ ୮୬ ହଜାର ୧୧୦ ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । 

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ୫୬ ହଜାର ୯୪୮ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ୧୮୯୭ ଜଣ ଜୀବନ ହରାଇଛନ୍ତି । ଗୁଜୁରାଟରେ ୯୩୮, ମଧ୍ୟପ୍ରଦେଶରେ ୩୧୩  ଓ ପଶ୍ଚିମବଙ୍ଗରେ ୨୮୯  ଜଣ ଲୋକ ଜୀବନ ହରାଇଛନ୍ତି । ସେହିପରି ରାଜସ୍ଥାନରେ ୧୭୩, ଦିଲ୍ଲୀରେ ୩୦୩ ଓ ତାମିଲନାଡୁରେ ୧୩୩ ଜଣ ଜୀବନ ହାରିଛନ୍ତି । 

ବିଶ୍ୱର ପ୍ରାୟ ୨୧୩ରୁ ଅଧିକ ଦେଶକୁ ବ୍ୟାପିଥିବା ଏହି ମହାମାରୀ କରୋନା ଭୟଙ୍କର ରୂପ ନେଉଛି । କେନ୍ଦ୍ର ସରକାର କରୋନା ପାଇଁ ଅନେକ ସଚେତନତା ପାଇଁ ନିଆଯାଉଥିବା ପଦକ୍ଷେପ ସତ୍ୱେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି ।

  • Tags: