Home > ସଂମ୍ପୂର୍ଣ୍ଣ ଖବର
ଏସବିଆଇ ଆକାଉଣ୍ଟଧାରୀଙ୍କୁ ପୂଜା ଭେଟି, ଅକ୍ଟୋବର ପହିଲାରୁ ଫ୍ରିରେ ମିଳିବ ଏହି ସବୁ ସୁବିଧା
Khabar Odisha:National-Business-Odisha-sbi-revise-service-charges-soon-penalty-for-non-maintaing-minimum-balance-reduced-atm-cheque-book-charges-get-cheaper-from-1-october
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୧(ଖବର ଓଡ଼ିଶା):

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଗ୍ରାହକଙ୍କ ପାଇଁ ଖୁସିଖବର । ପାର୍ବଣ ଋତୁରେ ଦେଶର ସବୁଠାରୁ ବଡ଼ ସାର୍ବଜନିନ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଗ୍ରାହକଙ୍କୁ ପୂଜା ଭେଟି  । ଏସବିଆଇ କିଛି ସର୍ଭିସ ଚାର୍ଜ ଉପରେ ପରିବର୍ତ୍ତନ କରିବାକୁ ନିଷ୍ପତି ନେଇଛି । ଗ୍ରାହକଙ୍କୁ ମିନିମମ ବାଲାନ୍ସର ଚିନ୍ତାରୁ ମୁକ୍ତ କରିବାକୁ ଯୋଜନା କରୁଛି ଏସବିଆଇ । 

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏଣିକି ମିନିମମ ବାଲାନ୍ସ ପାଇଁ ମାସକୁ କଟୁଥିବା ଚାର୍ଜ ଉପରେ ପ୍ରାୟ ୮୦ପ୍ରତିଶତ ହ୍ରାସ କରିବା ଯାଉଛି । ଏହା ସହ ନେଫ୍ଟ ଓ ଆରଟିଜିଏସ ଭଳି ଡିଜିଟାଲ ମୋଡ଼ ଜରିଆରେ ବ୍ୟାଙ୍କରୁ ଟଙ୍କା ଟ୍ରାନ୍ସଫରରେ କଟୁଥିବା ଚାର୍ଜେସ ମଧ୍ୟ କମ କରିବାକୁ ଏସବିଆଇ ଯୋଜନା କରୁଛି । ଏନେଇ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ନଷ୍ପତି ପରେ ପରିବର୍ତ୍ତିତ ନିୟମ ତଥା ଚାର୍ଜ ଅକ୍ଟୋବର ୧ରୁ ଲାଗୁ ହୋଇପାରେ । 

ମିନିମମ ବାଲାନ୍ସ :

ମେଟ୍ରୋ ଓ ସହରଗୁଡ଼ିକରେ ଏସବିଆଇ ଶାଖାରେ ଥିବା ଆକାଉଣ୍ଟରେ ଗ୍ରାହକଙ୍କୁ ୫ହଜାର ଓ ୩ହଜାର ରହିଥିବା ଜରୁରୀ ଥାଏ । କିନ୍ତୁ ଅକ୍ଟୋବର ୧ରୁ ଏହି ବାଲାନ୍ସ ସମସ୍ତ ଅଂଚଳରେ ୩ହଜାର ଟଙ୍କା ମିନିମମ ବାଲାନ୍ସ ରହିବ । ବର୍ତ୍ତମାନ ଆକାଉଣ୍ଟରେ ମିନିମମ ବାଲାନ୍ସରୁ କମ ରହିଲେ ୮୦ଟଙ୍କା ଓ ଜିଏସଟି ଲାଗୁଛି କିନ୍ତୁ ଏହି ନିୟମ ପରିବର୍ତ୍ତନ ପରେ ୧୫ଟଙ୍କା ସହ ଜିଏସଟି ଲାଗିବ । 

NEFT ଓ RTGS ଚାର୍ଜେସ

ଏସବିଆଇ ଡିଜିଟାଲ ମୋଡ଼ରେ ନେଫ୍ଟ କରିବା ଦ୍ୱାରା ଫ୍ରି ରହିଛି । ଦ୍ନ୍ୁ ଏସବିଆଇ ଖାଖାରେ କରିବା ଦ୍ୱାରା ଟଙ୍କା ନିଆଯାଉଥିବା ଟଙ୍କାରେ ହ୍ରାସ ଘଟିବ । ୧୦ହଜାର ଟଙ୍କା ଯାଏଁ ଫ୍ରିି । 

ATM ଚାର୍ଜ :

ଏସବିଆଇ ଏଟିଏମ ଚାର୍ଜରେ ମଧ୍ୟ ଅକ୍ଟୋବର ୦୧ରୁ ପରିବର୍ତ୍ତନ କରାଯିବ । ଗ୍ରାହକ ମେଟ୍ରୋ ସିଟିରେ ୧୦ଥର ଓ ଅନ୍ୟ ସହର ଗୁଡ଼ିକରେ ୧୨ ଥର ଟ୍ରାନଜେକ୍ସନ କରିପାରିବେ । 

ଚେକ ବୁକ: 

ଆର୍ଥିକ ବର୍ଷର ପ୍ରଥମ ୧୦ଟି ଚେକ ଫ୍ରି ରହିବ । ଏହା ପରେ ଗ୍ରାହକଙ୍କୁ ୪୦ଟଙ୍କା ସହ ଜିଏସଟି ଦେବାକୁ ପଡ଼ିବ । ସେହିପରି ୨୫ଟି ଚେକ ବୁକର ବହି ପାଇଁ ୭୫ଟଙ୍କା ସହ ଜିଏସଟି ଦେବାକୁ ପଡ଼ିବ । ସିନିଅର ସିଟିଜେନ ଆକାଉଣ୍ଟଧାରୀଙ୍କ ପାଇଁ ଏହା ଫ୍ରି ରହିବ ।

  • Tags: