Home > ସଂମ୍ପୂର୍ଣ୍ଣ ଖବର
ଭାରତରେ ହୁ ହୁ ହୋଇ ବଢୁଛି କରୋନା ପ୍ରଭାବ, ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୮୭୩
Khabar Odisha:National-Odisha-873--positve-cases-of-corona-Virus-in-India
ନୂଆଦିଲ୍ଲୀ, ମାର୍ଚ୍ଚ ୨୮ (ଖବର ଓଡ଼ିଶା):

ଭାରତରେ କରୋନା ଭୟଙ୍କର ଭାବେ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୮୭୩ ରେ ପହଁଚିଛି । ଏପର୍ଯ୍ୟନ୍ତ ଭାରତରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୯ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି ।
କରୋନା ମହାମାରୀକୁ ନେଇ ସମଗ୍ର ବିଶ୍ୱର ଚିନ୍ତା ବଢ଼ିଯାଇଛି । ବିଶ୍ୱର ପ୍ରାୟ ୧୯୯ ଟି ଦେଶକୁ ଏହି ମହାମାରୀ କରୋନା ବ୍ୟାପିଲାଣି । କେନ୍ଦ୍ର ସରକାର କରୋନା ପାଇଁ ଅନେକ ସଚେତନତା ପାଇଁ ନିଆଯାଉଥିବା ପଦକ୍ଷେପ ସତ୍ୱେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି ।  କରୋନା ସଂକ୍ରମଣ ରୋକିବାକୁ ସମ୍ପୂର୍ଣ୍ଣ ଦେଶକୁ ୨୧ ଦିନ ପାଇଁ ଲକ୍ ଡାଉନ କରାଯାଇଛି । ଗତ ୨୪ ଘଣ୍ଟାରେ ୧୪୯ଟି ନୂଆ କରୋନା ସଂକ୍ରମିତ ମାମଲା ସାମନାକୁ ଆସିଛି । ଦେଶରେ ଆଜି ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୩ ଛୁଇଁଛି । ମହାରାଷ୍ଟ୍ରରେ ଓ  କେରଳରେ ଅଧିକ କରୋନା ଆକ୍ରାନ୍ତ ରହିଥିବା ଜଣାପଡ଼ିଛି । ଏଯାଏଁ ଭାରତରେ କରୋନା ଭାଇରସରେ ଆକ୍ରାନ୍ତ ଥବା ୧୯ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।
ଅନ୍ୟପଟେ ଓଡିଶାରେ ବର୍ତ୍ତମାନ ସୁଦ୍ଧା ଯେତିକି ରକ୍ତ ନମୁନା ପରୀକ୍ଷା କରାଯାଇଛି ସେମଧ୍ୟରୁ ବେଳେ ୩ଟି ପଜିଟିଭ ଥିବା ବେଳେ ବାକି ସବୁ ନମୁନା ନେଗେଟିଭ ଆସିଛି । ଏବଂ ଚିକିତ୍ସିତ ହେଉଥିବା ୩ଜଣଙ୍କର ଅବସ୍ଥା ସ୍ଥର ରହିଛି ।

 

  • Tags: