Home > ସଂମ୍ପୂର୍ଣ୍ଣ ଖବର
କରୋନା ଲଢେଇରେ ଜିତିବା ପାଇଁ ପ୍ରତି ଦେଶବାସୀଙ୍କ ଯୋଗଦାନ ବଡ ମହତ୍ୱପୂର୍ଣ୍ଣ – ଧର୍ମେନ୍ଦ୍ର ପ୍ରଧାନ
Khabar Odisha:National-Odisha-Dharmendra-Pradhan-tweet-to-obey-21-days-lock-down-for-Indian-Citizens
ନୂଆଦିଲ୍ଲୀ/ଭୁବନେଶ୍ୱର, ମାର୍ଚ୍ଚ ୨୫(ଖବର ଓଡ଼ିଶା) –

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶକୁ ପାଳନ କରିବା ପାଇଁ ଅନୁରୋଧ କରିବା ସହ ଭାରତ କରୋନା ଲଢେଇରେ ଜିତିବା ପାଇଁ ପ୍ରତି ଦେଶବାସୀଙ୍କ ଯୋଗଦାନ ବଡ ମହତ୍ୱପୂର୍ଣ୍ଣ ବୋଲି ସେ ଟ୍ୱିଟ୍ କରି କହିଛନ୍ତି ।   
ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ସାରା ଦେଶରେ ‘ସଂପୂର୍ଣ୍ଣ ଲକ୍-ଡାଉନ’ର ଆହ୍ୱାନ କରିଛନ୍ତି । ବିଶ୍ୱ ମହାମାରୀ କରୋନା ବିରୋଧରେ ନିର୍ଣ୍ଣାୟକ ଲଢେଇରେ ଏହି ଲକ୍ ଡାଉନ୍ ଭାରତର ଲୋକଙ୍କ ଜୀବନ ବଞ୍ଚାଇବା ଏବଂ ସଂକ୍ରମଣର ବିସ୍ତାରକୁ ରୋକିବା ପାଇଁ ଅତ୍ୟନ୍ତ ଆବଶ୍ୟକ ।
ମୁଁ ସମସ୍ତ ଦେଶବାସୀଙ୍କୁ ଅନୁରୋଧ କରୁଛି ଯେ ସଙ୍କଟର ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପାଳନ କରନ୍ତୁ ଏବଂ ଆସନ୍ତା ୨୧ ଦିନ ନିଜର ଘରେ ହିଁ ରୁହନ୍ତୁ ।   ମୋର ପୂରା ବିଶ୍ୱାସ ରହିଛି ଯେ ପ୍ରତ୍ୟେକ ଭାରତୀୟଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ, ହିନ୍ଦୁସ୍ତାନକୁ ପ୍ରାଥମିକତା ଦେଇ, ଆମେ ସବୁ ଭାରତୀୟ ବିପଦର ଏହି ଘଡିରେ ଭାରତ ସରକାର ଓ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବା ।

  • Tags: