Home > ସଂମ୍ପୂର୍ଣ୍ଣ ଖବର
ପିଏମ ମୋଦୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନେଲେ ଓଡ଼ିଆ ପୁଅ ପ୍ରମୋଦ କୁମାର ମିଶ୍ର
Khabar Odisha:National-Odisha-PK-Mishra-takes-charge-as-Principal-Secretary-to-Prime-Minister-Narendra-Modi
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୧(ଖବର ଓଡ଼ିଶା):

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନେଲେ ଓଡ଼ିଆ ପୁଅ ତଥା ଆଇଏସ ଅଧିକାରୀ ପ୍ରମୋଦ କୁମାର ମିଶ୍ର । 

ଓଡ଼ିଆ ପୁଅଙ୍କୁ ମିଳିଲା ଗୁରୁ ଦାୟିତ୍ୱ । ନୃପେନ୍ଦ୍ର ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଦାୟିତ୍ୱରୁ ଅବସର ନେବା ପରେ ତାଙ୍କ ସ୍ଥାନରେ ପ୍ରମୋଦ ମିଶ୍ରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିଲେ ପି.କେ ମିଶ୍ର । ପ୍ରମୋଦ କୁମାର ମିଶ୍ର ଓଡ଼ିଶାର ସମ୍ବଲପୁର ପଟ୍ଟନାୟକ ପଡ଼ା ବାସିନ୍ଦା । ସେ ୧୯୭୨ ବ୍ୟାଚ ଗୁଜୁରାଟ କ୍ୟାଡର ଆଇଏଏସ ଥିଲେ ।

ପ୍ରମୋଦ କୁମାର ମିଶ୍ରଙ୍କର ପଦନ୍ନୋତି ହୋଇଛି । ୨୦୦୧ରୁ ୨୦୦୪ ଯାଏଁ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିଲେ । ଏହା ପରେ ୨୦୦୬ରୁ ୨୦୦୮ ଯାଏଁ ପ୍ରାମୋଦ ମିଶ୍ର କେନ୍ଦ୍ର କୃଷି ସଚିବ ଥିଲେ । ଏନଏଡିପି ଓ ଖାଦ୍ୟ ସୁରକ୍ଷା ମିସନ କାର୍ଯ୍ୟକାରୀ କରିଥିଲେ ।

  • Tags: