Home > ସଂମ୍ପୂର୍ଣ୍ଣ ଖବର
କରୋନା ପାଇଁ ମନୋରଞ୍ଜନ: ଆଜିଠୁ ପୁଣି ଟିଭି ପରଦାକୁ ଫେରିଲା ଲୋକପ୍ରିୟ ପୌରାଣିକ ଧାରାବାହିକ ରାମାୟଣ ଓ ମହାଭାରତ
Khabar Odisha:National-Odisha-coronavirus-lockdown-ramanand-sagar-ramayana
ଭୁବନେଶ୍ୱର, ମାର୍ଚ୍ଚ ୨୮ (ଖବର ଓଡ଼ିଶା):

ପୁଣି ଥରେ ଟିଭି ପରଦାକୁ ଫେରିଲା ଲୋକପ୍ରିୟ ପୌରାଣିକ ଧାରାବାହିକ ରାମାୟଣ ଓ ମହାଭାରତ ।  ଆଜିଠାରୁ ଦୂରଦର୍ଶନର ନ୍ୟାସନାଲ ଓ ଡିଡି ଭାରତୀରେ ପ୍ରସାରଣ ହେବ । କରୋନା ମୁକାବିଲା ନିମନ୍ତେ ସମ୍ପୂର୍ଣ୍ଣ ଦେଶରେ ୨୧ ଦିନିଆ ଲକ୍ ଡାଉନ ଘୋଷଣା କରାଯାଇଛି। ଲକ୍ ଡାଉନ ସମୟରେ ଘରେ ବସି ଲୋକ ଯେପରି ବିରକ୍ତ ନ ହେବେ ସେ ନେଇ କେନ୍ଦ୍ର ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଲୋକଙ୍କ ସୁବିଧା ପାଇଁ ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି ।
ଆଜି ଠାରୁ ଦୂରଦର୍ଶନରେ ପ୍ରସାରିତ ହେବ ଭାରତର ସବୁଠାରୁ ଲୋକପ୍ରିୟ କାର୍ଯ୍ୟକ୍ରମ ରାମାୟଣ ଓ ମହାଭାରତ । ଆଜି ଠାରୁ ଦୂରଦର୍ଶନରେ ପ୍ରସାରିତ ହେବ ରାମାନନ୍ଦ ସାଗରଙ୍କ ରାମାୟଣ। ଦୂରଦର୍ଶନରେ ସକାଳ ୯ଟା ଓ ରାତି ୧୦ ଟାରେ ରାମାୟଣ ପ୍ରସାରଣ ହେଉଛି । ସେହିପରି ମହାଭାରତ ମଧ୍ୟ ପ୍ରସାରଣ ହେବ ।
ଲୋକମାନଙ୍କ ଅନୁରୋଧ ରକ୍ଷା କରି ଆଜି ଅର୍ଥାତ ଶନିବାର ୨୮ ମାର୍ଚ୍ଚରୁ ଦୂରଦର୍ଶନରେ ରାମାୟଣ ଓ ମହାଭାରତ ପୁଣି ଥରେ ପ୍ରସାରଣ କରାଯିବା ଲାଗି ନିଷ୍ପତି ନିଆଯାଇଛି । ଦୂରଦର୍ଶନରେ ସକାଳ ୯ ଟା ସମୟରେ ଗୋଟିଏ ଅଧ୍ୟାୟ ଏବଂ ରାତି ୯ ଟା ରେ ଆଉ ଏକ ଅଧ୍ୟାୟ ପ୍ରସାରିତ ହେବ ।   ଡିଡି ଭାରତୀରେ ମଧ୍ୟାହ୍ନ ୧୨ଟାରେ ଓ ସଂଧ୍ୟା ୭ଟାରେ ପ୍ରସାରିତ ହେବ ମହାଭାରତ ।

 

  • Tags: