Home > ସଂମ୍ପୂର୍ଣ୍ଣ ଖବର
ଲଣ୍ଡନରେ ତ୍ରିରଙ୍ଗାର ଅପମାନ କରୁଥିଲେ ପାକିସ୍ତାନୀ, କଡା ଜବାବ ଦେଲେ ଏହି ଭାରତୀୟ ସାମ୍ୱାଦିକା
Khabar Odisha:National-news--Journalist-Poonam-Joshi-Snatches-Two-Torn-Parts-Of-Tricolour-From-Khalistan-Supporters-On-I-Day
ନୂଆଦିଲ୍ଲୀ,ଅଗଷ୍ଟ ୧୮ (ଖବର ଓଡିଶା) :

ନିକଟରେ ଧୁମଧାମର ସହ ସାରା ଦେଶରେ  ସ୍ୱାଧୀନତା ଦିବସ ପାଳନ କରାଯାଇଛି । ବିଦେଶର ରହୁଥିବା ଭାରତୀୟମାନେ ମଧ୍ୟ ଏହି ଦିନକୁ ଆନନ୍ଦ ଉହ୍ଲାସର ସହ ପାଳନ କରିଛନ୍ତି । ଏହାରି ମଧ୍ୟରେ ଲଣ୍ଡନର ଏକ ପ୍ରକାର ଭିନ୍ନ ଘଟଣା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ ଏଠାରେ ଥିବା ଭାରତୀୟ ଦୂତାବାସରେ ତ୍ରିରଙ୍ଗା ଉଡାଇଥିଲା, ସେହି ସମୟରେ ଦୂତାବାସ ବାହାରେ ପାକିସ୍ତାନ ଏବଂ ଖାଲିସ୍ତାନର ସମର୍ଥକମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏହାସହ ଏହି ଲୋକମାନେ ଗୁଣ୍ଡାଗର୍ଦ୍ଦିକୁ ଓହ୍ଲାଇ ଆସିଥିଲେ । 

ତ୍ରିରଙ୍ଗାର ଅପମାନର କଡା ଜବାବ ଦେଲେ ମହିଳା ସାମ୍ୱାଦିକ

ବିରୋଧ ପ୍ରଦର୍ଶନ କରୁଥିବା ଖାଲିସ୍ତାନ ସମର୍ଥକମାନେ ତ୍ରିରଙ୍ଗାର ଅପମାନ କରିବାକୁ ଚେଷ୍ଟା କରିଥିଲେ । ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଭାରତୀୟ ସାମ୍ୱାଦିକ ପୁନମ ଜୋଶୀ ପ୍ରଦର୍ଶନକାରୀଙ୍କୁ ବିରୋଧ କରିବା ଆରମ୍ଭ କରିଥିଲେ । ପ୍ରତକାର ଜଣଙ୍କ ପ୍ରଦର୍ଶନକାରୀଙ୍କ ଠାରୁ ତ୍ରିରଙ୍ଗା ଛଡେଇ ଆଣିଥିଲେ । ଏହି ଘଟଣାର ଭିଡିଓ ସମ୍ୱାଦ ସରବରାହ ସଂସ୍ଥା ଏଏନଆଇ ନିଜର ଭିଡିଓ ଟ୍ୱିଟର ଆକାଉଣ୍ଟ ଏବଂ ଫେସବୁକରେ ସେୟାର କରିଛି । 

ଭିଡିଓ ସେୟାର କରି ଏଏନଆଇ ଉଲ୍ଲେଖ କରାଯାଇଛି ଯେ ସାମ୍ୱାଦିକ ପୁନମ ଜୋଶୀ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ବାହାରେ ସ୍ୱାଧୀନତା ଦିବସ ସମାରୋହକୁ କଭରେଜ କରିବାକୁ ପହଞ୍ଚିଥିଲେ । ସେହି ସମୟରେ ପାକିସ୍ତାନ ଏବଂ ଖାଲିସ୍ତାନ ସମର୍ଥକମାନେ ବିରୋଧ ପ୍ରଦର୍ଶନ କରିଥିଲେ । ସେହି ସମୟରେ ଖାଲିସ୍ତାନ ସମର୍ଥକମାନେ ତ୍ରିରଙ୍ଗାର ଅପମାନ କରିବା ଆରମ୍ଭ କରିଥିଲେ । ତ୍ରିରଙ୍ଗା ଅପମାନ ହେବା ଦେଖି ପୁନମ ଜୋଶୀ ସହ୍ୟ କରିଲେନି ଏବଂ ସେ ବିରୋଧ ପ୍ରଦର୍ଶନ କରୁଥିବା ଲୋକଙ୍କୁ ବିରୋଧ କରିଥିଲେ । ପୁନମଙ୍କ ବାହାଦୂରୀ ପାଇଁ ସୋସିଆଲ ମିଡିଆରେ ଲୋକେ ଅନେକ ପ୍ରଶଂସା କରୁଛନ୍ତି । 

ଏହି ଭିଡିଓ ପୋଷ୍ଟ ହେବା ପରେ ପୁନମଙ୍କୁ ଅନେକ ପ୍ରଶଂସା କରିଛନ୍ତି, ଜଣେ ୟୁଜର ଲେଖିଛନ୍ତି, “ସଲାମ ସେହି ଭଉଣୀଙ୍କୁ ଯିଏ ତ୍ରିରଙ୍ଗାକୁ ସେହି କସାଇମାନଙ୍କ ହାତରୁ ଛଡେଇ ଆଣିଥିଲେ । ସ୍ୱାଧୀନ ଦେଶର ଏମାନେ ଏପରି ନାୟିକା ଏବଂ ନାୟକ ଯେଉଁମାନଙ୍କ ମୁହଁ ଆମେ କେବେ ଦେଖି ନପାରୁ କିନ୍ତୁ ମନେ ରହିବ ଯେ ଏହିମାନେ ତ୍ରିରଙ୍ଗା ମାନ ରଖିଥିଲେ । ସଲାମ ।“