Home > ସଂମ୍ପୂର୍ଣ୍ଣ ଖବର
ମସଜିଦ ତଳୁ ମିଳିଥିଲା ମନ୍ଦିରର ପ୍ରମାଣ, ହିନ୍ଦୁଙ୍କ ଆସ୍ଥା ଉପରେ ବିବାଦ ନାହିଁ: ସୁପ୍ରିମକୋର୍ଟ
Khabar Odisha:National-news-Ayodhya-Case-Verdict-Evidence-Of-Temple-Found-Under-Mosque-Says-Supreme-Court
ନୂଆଦିଲ୍ଲୀ, ନଭେମ୍ଵର ୦୯ (ଖବର ଓଡିଶା) :

ରାମ ଜନ୍ମଭୂମି-ବାବରୀ ମସଜିଦ ଜମି ବିବାଦ ଉପରେ ରାୟ ଶୁଣାଇ ସୁପ୍ରିମକୋର୍ଟ କହିଛନ୍ତି  ବାବରୀ ମସଜିଦର ମୁଖ୍ୟ ଗମ୍ୱୁଜ ତଳେ ମନ୍ଦିର ଥିବା ନେଇ ପ୍ରମାଣ ମିଳିଛି । ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ ଭାରତୀୟ ପତ୍ନତତ୍ତ୍ୱ ବିଭାଗ (ASI)ର ରିପୋର୍ଟକୁ ଅଣଦେଖା କରାଯାଇ ପାରିବ ନାହିଁ । କୋର୍ଟ ନିଜ ରାୟରେ କହିଛନ୍ତି ପ୍ରମାଣ ଏହା ମିଳିଛି ଯେ ମସିଜଦ ଖାଲି ସ୍ଥାନରେ ନିର୍ମାଣ ହୋଇନଥିଲା ଏବଂ ଖନନରେ ମସଜିଦ ତଳେ ଅଣ-ଇସଲାମିକ କାରୁକାର୍ଯ୍ୟ ମିଳିଥିଲା । କୋର୍ଟ କହିଛନ୍ତି ଏଏସଆଇର ରିପୋର୍ଟ ଅନୁସାରେ ମସଜିଦ ତଳେ ଦ୍ୱାଦଶ ଶତାବ୍ଦୀରେ ମନ୍ଦିର ଥିବାର ପ୍ରମାଣ ମିଳିଥିଲା । 

ସୁପ୍ରିମକୋର୍ଟ କହିଛନ୍ତି ହିନ୍ଦୁ ଅଯୋଧ୍ୟାକୁ ଭଗବାନ ରାମଙ୍କ ଜନ୍ମସ୍ଥାନ ମାନୁଛନ୍ତି, ଏହା ତାଙ୍କର ଧାର୍ମିକ ଭାବନା ଅଟେ । ମୁସଲିମ ଏହାକୁ ବାବରୀ ମସଜିଦ କହୁଛନ୍ତି । ହିନ୍ଦୁଙ୍କ ଏହା ବିଶ୍ୱାସ ଯେ ଭଗବାନ ରାମଙ୍କ ଜନ୍ମ ଅଯୋଧ୍ୟାରେ ହୋଇଥିଲା, ଏହା ଉପରେ କୌଣସି ବିବାଦ ନାହିଁ । 

ସର୍ବୋଚ୍ଚ କୋର୍ଟ ନିଷ୍ପତ୍ତି ଶୁଣାଇ କହିଛନ୍ତି ହିନ୍ଦୁଙ୍କ ବିଶ୍ୱାସ ଏବଂ ଆସ୍ଥା ଏହା ଯେ ଭଗବାନ ରାମଙ୍କ ଜନ୍ମସ୍ଥାନ ମୁଖ୍ୟ ଗମ୍ୱୁଜ ତଳେ ହୋଇଥିଲା । ଆସ୍ଥା ବ୍ୟକ୍ତି ବିଶ୍ୱାସର ମାମଲା । କୋର୍ଟ କହିଛନ୍ତ ମାମଲାକୁ ଆସ୍ଥା ଏବଂ ବିଶ୍ୱାସର ଆଧାର ଉପରେ ନୁହଁ ବରଂ ଦାବି ଗୁଡିକ ଆଧାରରେ ନିର୍ଣ୍ଣୟ କରାଯାଇ ପାରିବ । ଐତିହାସିକ ତଥ୍ୟ ଏହା ପ୍ରମାଣିତ କରୁଛି ଯେ ଅଯୋଧ୍ୟାରେ ହିଁ ଭଗବାନ ରାମଙ୍କ ଜନ୍ମସ୍ଥାନ ଥିଲା । 

ସୁପ୍ରିମକୋର୍ଟ ରାୟରେ କହିଛନ୍ତି ଏହି କଥାର ପ୍ରମାଣ ରହିଛି ଯେ ସୀତା ରୋଷେଇ ଏବଂ ରାମ ତବୁତରେର ପୂଜା ଇଂରେଜଙ୍କ ଆସିବା ପୂର୍ବରୁ ହିନ୍ଦୁମାନେ କରିଥିଲେ । ରେକର୍ଡସରୁ ଜଣା ପଡୁଛି ଯେ ବିବାଦୀୟ ପରିସରର ବାହାର ସ୍ଥାନରେ ହିନ୍ଦୁଙ୍କ ପକ୍ଷର ଅଧିକାର ଥିଲା । 

ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ନିଷ୍ପତ୍ତି ପଢିବା ସମୟରେ କହିଛନ୍ତି, କୋର୍ଟଙ୍କୁ ଲୋକଙ୍କ ଆସ୍ଥା ଏବଂ ବିଶ୍ୱାସକୁ ସ୍ୱିକାର କରିବା ଦରକାର । କୋର୍ଟକୁ ସନ୍ତୁଳନ ବଜାୟ ରଖିବା ଦରକାର । ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, ମସଜିଦର ନିର୍ମାଣ ଖାଲି ସ୍ଥାନରେ ହୋଇ ନଥିଲା ।