Home > ସଂମ୍ପୂର୍ଣ୍ଣ ଖବର
ଏୟାର ଇଣ୍ଡିଆରେ ନିଆଁ, ରାୟପୁରରେ ବିମାନର ଜରୁରୀ ଅବତରଣ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
Khabar Odisha:National-news-Bhubaneswar-Air-India-Flight-No-AI-670-makes-emergency-landing-at-Raipur
ରାୟପୁର,ନଭେମ୍ବର ୦୮(ଖବର ଓଡିଶା):

ଭୁବନେଶ୍ୱରରୁ ମୁମ୍ୱାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଅଗ୍ନିକାଣ୍ଡ। ଅଳ୍ପକେରୁ ବର୍ତ୍ତି ଯାଇଛି ଯାତ୍ରୀଙ୍କ ଜୀବନ। ବିମାନର ବାମ ପଟେ ନିଆଁ ଲାଗିଥିବା ସୂଚନା ମିଳିଛି । ବିମାନଟିକୁ ରାୟପୁର ବିମାନ ବନ୍ଦରରେ ଜରୁରୀକାଳିନ ଅବତରଣ କରାଇଥିଲେ ବମାନ ଚାଳକ । ଏଥିରେ କେହି ଆହତ ହୋଇ ନଥିବା ସୂଚନା ମିଳିଛି । 

ଭୁବନେଶ୍ୱରେରୁ ଯାତ୍ରୀଙ୍କୁ ନେଇ ମୁମ୍ୱାଇ ଅଭିମୁଖେ ଯାତ୍ରା କରିଥିବା ଏୟାର ଇଣ୍ଡିଆର ବାମ ପାର୍ଶ୍ୱର ଇଞ୍ଜିନରେ ନିଆଁ ଲାଗିଛି । ଭୁବନେଶ୍ୱରରୁ ଉଡାନ ଭରିବାର 30 ମିନିଟ ପରେ ମଝି ଆକାଶରେ ବିମାନରେ କୌଣସି କାରଣରୁ ନିଆଁ ଲାଗିଥିଲା । ବିମାନ ଚଳକ ଏହା ଜାଣିବା ପାରେ ନିକଟସ୍ଥ ବିମାନ ବନ୍ଦର ରାୟପୁର ସହ ସମ୍ପର୍କ କରି ଜରୁରୀ ଅବତରଣ କରିଥିଲେ । ପାଇଲଟଙ୍କ ଉପଯୁକ୍ତି ବୁଦ୍ଧି ଏବଂ ଧୌର୍ଯ୍ୟ ପାଇଁ ଏକ ବଡ ବିପଦ ଟଳି ଯାଇଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ 182 ଜଣ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ତେବେ ନିଆଁ କିପରି ଏବଂ କେଉଁ ପରିସ୍ଥିତିରେ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।