Home > ସଂମ୍ପୂର୍ଣ୍ଣ ଖବର
ବ୍ରିଟେନକୁ ମିଳିଲା ନୂଆ ପିଏମ, ବୋରିସ ଜନସନ ହେବେ ପରବର୍ତ୍ତି ପ୍ରଧାନମନ୍ତ୍ରୀ
Khabar Odisha:National-news-Boris-Johnson-Will-Be-Next-Pm-Of-Uk-As-He-Elected-New-Tory-Leader
ନୂଆଦିଲ୍ଲୀ,ଜୁଲାଇ ୨୩ (ଖବର ଓଡ଼ିଶା):

ବ୍ରିଟେନକୁ ମିଳିଲା ନୂଆ ପ୍ରଧାନମନ୍ତ୍ରୀ । ଲଂଣ୍ଡନର ପୂର୍ବତନ ମେୟର ଏବଂ ୟୁକେର ପୂର୍ବତନ ବିଦେଶ ମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ମଙ୍ଗଳବାର ଦିନ କଞ୍ଜୱେଟିବ ପାର୍ଟିର ନେତା ନିର୍ବାଚିତ ହୋଇଛନ୍ତି । ଜନସନଙ୍କୁ 92,153(66ପ୍ରତିଶତ) ମିଳିଥିଲା ଯେତେବେଳେ କି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଜେରମି ହଣ୍ଟଙ୍କୁ ମାତ୍ର 46,656 ଭୋଟ ମିଳିଥିଲା । କଞ୍ଜରୱେଟିବ ପାର୍ଟିର ସମୁଦାୟ 1,59,320 ଜଣ ସଦସ୍ୟଙ୍କ ମଧ୍ୟରୁ 87.4 ପ୍ରତିଶତ ଭୋଟ ଦେଇଥିଲେ ।  

55 ବର୍ଷିୟ ବୋରିସ ଜନସନ ବ୍ରିକଜିଟର ବଡ ସମର୍ଥକ ଏବଂ ସେ ଏହା ସପକ୍ଷରେ ଅନେକ ଅଭିଯାନ ଚଲାଇଥିଲେ । ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଥେରାସା ମେ ଏବେ ରାଣୀ ଏଲିଜାବେଥଙ୍କୁ ନିଜର ଇସ୍ତଫା ପତ୍ର ଦେବା ପୂର୍ବରୁ ହାଉସ ଅଫ କମନସରେ ପ୍ରଧାନମନ୍ତ୍ରୀ ଭାବେ ଶେଷ ଥର ପାଇଁ ବିଭିନ୍ନ ପ୍ରଶ୍ନର ସାମ୍ନା କରିବେ । ଥେରସା ମେ ଗତ ମାସରେ ବ୍ରିକଜିଟର ପ୍ରସଙ୍ଗରେ ଦଳରେ ବିଦ୍ରୋହ ପରେ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ ।