Home > ସଂମ୍ପୂର୍ଣ୍ଣ ଖବର
ପିଏମଙ୍କ ଜନସଂଖ୍ୟା ନିୟନ୍ତ୍ରଣ ଅପିଲରୁ ବିଜେପିକୁ ଲାଭ ନେବାକୁ ଦେବନି କଂଗ୍ରେସ, ସମର୍ଥନର ପାଇଁ ପ୍ରସ୍ତୁତି ଆରମ୍ଭ
Khabar Odisha:National-news-Congress-To-Support-Govt-On-Population-Control
ନୂଆଦିଲ୍ଲୀ, ଅଗଷ୍ଟ ୧୭ (ଖବର ଓଡିଶା)

ପୁରୁଣା ଭୁଲରୁ ଶିକ୍ଷା ଲାଭ କରି କଂଗ୍ରେସ ଚଳିତ ଥର ପିଏମ ମୋଦୀଙ୍କ ଦ୍ୱାରା ସ୍ୱାଧୀନତା ଦିବସରେ ଯାଇଥିବା ଜନସଂଖ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ ଆରମ୍ଭରୁ ହିଁ ନିଜର ନୀତି ସ୍ପଷ୍ଟ କରି ଏହାର ସମର୍ଥନରେ ବାହାରିଛି । ଅନ୍ୟ ବିରୋଧୀ ଦଳମାନଙ୍କ ଆଶା ବାନ୍ଧିଛନ୍ତି ଯେ ଏହାକୁ ଯେପରି ନିର୍ବାଚନୀ ପ୍ରସଙ୍ଗ ନକରାଯାଉ, ଯାହା ଦ୍ୱାରା ପୁଣି ଥରେ ବିଜେପି ପୁଣି ଥରେ ରାଜନୈତିକ ଲାଭ ଉଠାଇ ପାରିବ । ଉଲ୍ଲେଖଯୋଗ୍ୟ ଯେ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଲାଲ କିଲ୍ଲାରୁ ହୁ ହୁ ହୋଇ ବଢୁଥିବା ଜନସଂଖ୍ୟାକୁ ଚିନ୍ତାଜନକ ଟ୍ରେଣ୍ଡ କହିବା ସହ ଛୋଟ ପରିବାରର ପରିକଳ୍ପନାକୁ ଦେଶଭକ୍ତି ସହ ଯୋଡିଥିଲେ । ଏହାର ଗୋଟିଏ ଦିନ ପରେ କଂଗ୍ରେସର ବରିଷ୍ଠ ନେତା ପି.ଚିଦମ୍ୱରମ ଏବଂ ପରେ କଂଗ୍ରେସ ଦଳ ପକ୍ଷରୁ ପିଏମ ମୋଦୀଙ୍କ କଥାକୁ ସମର୍ଥନ କରିବା ପଛରେ ଏହି କାରଣ ରହିଛି । 

କଂଗ୍ରେସ ସହ ଅନ୍ୟ ବିରୋଧୀ ଦଳ ଗୁଡିକର ବରିଷ୍ଠ ନେତାଙ୍କ କହିବା ଅନୁସାରେ ଜନସଂଖ୍ୟାକୁ ନିୟନ୍ତ୍ରଣ ସବୁ ସରକାର ଏବଂ ରାଜନୈତିକ ଦଳ ଗୁଡିକର ପ୍ରଥାମିକତା ରହିଛି । ଏଥିରୁ ଜଣା ପଡୁଛି ଯେ ବିରୋଧୀ ଦଳ ଗୁଡିକ ଏହି ପ୍ରସଙ୍ଗରେ ଗ୍ରହଣ କରାଯାଉଥିବା ପଦକ୍ଷେପ ଉପରେ ଅନାବଶ୍ୟକୀୟ ବିବାଦ ସୃଷ୍ଟି କରିବେନି । କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ ତାଙ୍କ ଶାସନକାଳ ସମୟରେ ଏହି ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିଲା ଏବଂ 2011 ଜଣଗଣନାର ଟ୍ରେଣ୍ଡ ମଧ୍ୟ ଏହି ଦିଗରେ ସଂକେତ ଥିଲା । 

ସୂଚନାଯୋଗ୍ୟ ଯେ, ଗତ ତିନି ଦଶନ୍ଧୀରୁ ଜନସଂଖ୍ୟା ନିୟନ୍ତ୍ରଣ କରିବା ଦିଗରେ କେଉଁ କେଉଁ ପଦକ୍ଷେପ ଗ୍ରହଣ କରାଯାଇ ପାରିବ ତାହା ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ ଆଚୋଲନା ଜାରି ରହିଛି । 1991 ମସିହାରେ କଂଗ୍ରେସ ନେତା କେ.କରୁଣାକରଣଙ୍କ ନେତୃତ୍ୱରେ ଗଠିତ ହୋଇଥିବା କମିଟି ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଯେଉଁ ପ୍ରସ୍ତାବ ଦେଇଥିଲେ, ସେଥିରେ ଜନପ୍ରିନିଧିନି ମାନଙ୍କୁ ଦୁଇରୁ ଅଧିକ ପିଲା ନ କରିବା ସର୍ତ୍ତ ବାଧ୍ୟତାମୂଳକ ଭାବେ ଲାଗୁ କରିବାକୁ କୁହାଯାଇଥିଲା । କିନ୍ତୁ ପ୍ରସ୍ତାବ ଲାଗୁ ହୋଇପାରି ନଥିଲା । କିଛି ରାଜ୍ୟରେ ପଞ୍ଚାୟତ ସ୍ତରରେ ଏହା ଉପରେ ଚେଷ୍ଟା ଜାରି ରହିଛି । ଏହି ରିପୋର୍ଟକୁ ଆଧାର କରି ମୋଦୀ ସରକାର ଆଇନ ମନ୍ତ୍ରାଳୟକୁ ଏହି ଦିଗରେ ସଠିକ ଆଇନ ଆଣିବାକୁ କହିଛନ୍ତି । ଏହି ଆଇନ ଆସିବା ପୂର୍ବରୁ ବିରୋଧୀ ଏହି ମାମଲାରେ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ଆଶା ବନ୍ଧିଛି ।