Home > ସଂମ୍ପୂର୍ଣ୍ଣ ଖବର
ନୋଟବନ୍ଦୀ @3: ନକଲି ନୋଟ ପ୍ରଚଳନ ରୋକିବାରେ ନୋଟବନ୍ଦୀ ସଫଳ, କମିବାରେ ଲାଗିଛି ମାମଲା
Khabar Odisha:National-news-Fake-Currency-Flow-Slowing-In-India-After-Demonetization-In-India-2016
ନୂଆଦିଲ୍ଲୀ,ନଭେମ୍ବର ୦୮(ଖବର ଓଡିଶା):

2016 ମସିହା ଆଜିର ଦିନ ଅର୍ଥାତ ନଭେମ୍ୱର 8 ତାରିଖରୁ ଲାଗୁ ହୋଇଥିବା ନୋଟବନ୍ଦୀ ପରଠାରୁ ଆଜି ପର୍ଯ୍ୟନ୍ତ ବିରୋଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କହୁଛନ୍ତି ଯେ ନୋଟବନ୍ଦୀ ଏକ ଜରୁରୀକାଳିନ ପରିସ୍ଥିତି ଥିଲା । ଏହା ଦେଶର ଅର୍ଥବ୍ୟବସ୍ଥାକୁ ନଷ୍ଟ କରିଥିଲା । ସେ, ଯାହା ହେଉନା କାହିଁକି କିନ୍ତୁ ନୋଟବନ୍ଦୀ ପରେ ନକଲି ନୋଟ ପ୍ରଚଳନ ଉପରେ ଅନେକ ମାତ୍ରାରେ ଅଙ୍କୁଶ ଲାଗିଛି । ନ୍ୟାସନାଲ କ୍ରାଇମ ବ୍ୟୁରୋର ସଦ୍ୟ ରିପୋର୍ଟ ଅନୁସାରେ ଏହି କଥା ଉଲ୍ଲେଖ କରାଯାଇଛି । ଏହି ରିପୋର୍ଟ ଅନୁସାରେ, ନକଲି ନୋଟ ପ୍ରଚଳନ ରୋକିବାରେ ନୋଟବନ୍ଦୀ ସଫଳ ହୋଇଛି । ବର୍ତ୍ତମାନ ସମୟରେ ନକଲି ନୋଟ ମାମଲା ଏବଂ ଅଭିଯୁକ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । 

ନୋଟବନ୍ଦୀ ବର୍ଷ 2016 ମସିହାରେ 24.61 କୋଟି ଟଙ୍କାର ନକଲି ନୋଟ ଜବତ କରାଯାଇଥିଲା । ଏହାପର ବର୍ଷ 28 କୋଟି ଟଙ୍କାର ନକଲି ନୋଟ ଜବତ ହୋଇଥିଲା । 2018 ମସିହାରେ 17.75 କୋଟି ଟଙ୍କାର ନକଲି ନୋଟ ଜବତ କରାଯାଇଥିଲା । 2019ର ପ୍ରଥମ ଛଅ ମାସର ସଂଖ୍ୟା ଦେଖିବା ତେବେ 5.05 କୋଟି ଟଙ୍କାର ନକଲି ନୋଟ ଜବତ ହୋଇଛି । 

2017ରେ 28 କୋଟି ଟଙ୍କ ନକଲି ନୋଟ ଜବତ କରାଯାଇଥିଲା । ଏହି ବର୍ଷ 978 ମାମଲା ରୁଜୁ କରିବା ସହ 1046 ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । 2018 ମସିହାରେ ନକଲି ନୋଟ ପ୍ରବାହ ହ୍ରାସ ହୋଇଥିଲା । ସେହି ବର୍ଷ 17.75 କୋଟି ଟଙ୍କାର ନକଲି ନୋଟ ଜବତ କରାଯାଇଥିଲା । ଏନେଇ 884ଟି ମାମଲା ରୁଜୁ ହୋଇଥିବା ବେଳେ 969 ଜଣଙ୍କୁ ଗିରଫ କରାଯାଇଥିଲା । ସେହିପରି 2019 ମସିହାର ପ୍ରଥମ ଛଅ ମାସରେ କେବଳ 5.05 କୋଟି ଟଙ୍କାର ନକଲି ନୋଟ ଜବତ କରାଯାଇଛି । ଏନେଇ 254 ଟି ମାମଲା ରୁଜୁ କରାଯାଇଛି ଏବଂ 357 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ରିପୋର୍ଟର ତୁଳନା ଗତବର୍ଷର ସମାନ ସମୟ ସହ କରାଯାଏ ତେବେ ନକଲି ନୋଟ ପ୍ରବାହର ଗ୍ରାଫରେ 9 ପ୍ରତିଶତ ହ୍ରାସ ହୋଇଛି । ଏନଆଇଏର ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ନକଲି ନୋଟର ମାନ ଏତେ ଖରାପ ରହିଥାଏ ଯେ ତାକୁ ସହଜରେ ଚିହ୍ନଟ କରାଯାଇ ପାରିବ ।