Home > ସଂମ୍ପୂର୍ଣ୍ଣ ଖବର
ବିଜେପିରେ ସାମିଲ ହେଲେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ କଂଗ୍ରେସର ଟାଣୁଆ ନେତା ହର୍ଷବର୍ଦ୍ଧନ ପାଟିଲ
Khabar Odisha:National-news-Former-Minister-Of-Maharashtra-Harshvardhan-Patil-Joins-BJP
ପୁନେ,ସେପ୍ଟେମ୍ବର ୧୧(ଖବର ଓଡ଼ିଶା):

ମହାରାଷ୍ଟ୍ର ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସର ପାଇଁ ଅଧିତ ଗୁରୁତ୍ୱ ବହନ କରୁଥିବା ନେତା ହର୍ଷବର୍ଦ୍ଧନ ପାଟିଲ ବୁଧବାର ଦିନ ବିଜେପିରେ ସାମିଲ ହୋଇଛନ୍ତି । ସେ ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ । ପାଟିଲ ଦକ୍ଷିଣ ମୁମ୍ୱାରରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ଏହି ଅବସରରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ଗତ ପାଞ୍ଚ ବର୍ଷ ଧରି ପୂର୍ବତନ ମନ୍ତ୍ରୀଙ୍କ ଦଳରେ ସାମିଲ ହେବା ନେଇ ଅପେକ୍ଷା କରି ରହିଥିଲେ । 

ଫଡନବୀସ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଲୋକମାନେ ବିଜେପି ପ୍ରତି ଆକୃଷ୍ଠ ହେଉଛନ୍ତି । ପାଟିଲ ପୁନେ ଜିଲ୍ଲାର ଇନ୍ଦାପୁର ଆସନରୁ ଚାରିଥର ବିଧାୟକ ହୋଇଛନ୍ତି, କିନ୍ତୁ 2014 ବିଧାନସଭା ନିର୍ବାଚନରେ ଏନସିପି ପ୍ରାର୍ଥୀଙ୍କଠାରୁ ଅତି କମ ଅନ୍ତରରେ ପରାସ୍ତ ହୋଇଥିଲେ । କଂଗ୍ରେସ ଏବଂ ଏନସିପି ଗତ ନିର୍ବାଚନରେ ଅଲଗା ଅଲଗା ନିର୍ବାଚନ ଲଢିଥିଲେ । 

ବୁଧବାର ଦିନ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ପାଟିଲଙ୍କ ସହ ତାଙ୍କ ଝିଅ ଅଙ୍କିତା ଏବଂ ପୁଅ ରାଜବର୍ଦ୍ଧନ ଉପସ୍ଥିତ ଥିଲେ । ଅଙ୍କିତା ପୁନେ ଜିଲ୍ଲା ପରିଷଦର ସଦସ୍ୟ ଅଛନ୍ତି । ପାଟିଲ ଇନ୍ଦାପୁର ବିଧାନସଭାରୁ ବିଜେପି ପ୍ରାର୍ଥୀ ହୋଇ ପାରନ୍ତି, ମୁଖ୍ୟମନ୍ତ୍ରୀ ଫଡନବୀସ ଏନେଇ ସଂକେତ ଦେଇଛନ୍ତି ।