Home > ସଂମ୍ପୂର୍ଣ୍ଣ ଖବର
ଅଧିକ ସୁରକ୍ଷିତ ହେବ ରେଲୱେ, ଯାତ୍ରୀଙ୍କ ସୁରକ୍ଷା କରିବେ CORAS କମାଣ୍ଡୋ
Khabar Odisha:National-news-Highly-trained-CORAS-commandos-to-secure-Railways-Piyush-Goyal-inducts-first-batch
ନୂଆଦିଲ୍ଲୀ, ଅଗଷ୍ଟ ୧୪ (ଖବର ଓଡିଶା) :

 ଟ୍ରେନରେ ଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ରେଳୱେ କୋରସ କମାଣ୍ଡୋ ଫୋର୍ସ ପ୍ରସ୍ତୁତ କରିବାକୁ ନିଷ୍ପତି ନେଇଛି । ଏହି କୋରସ କମାଣ୍ଡୋମାନେ ଆତଙ୍କବାଦୀ ଆକ୍ରମଣରୁ ଆରମ୍ଭ କରି ନକ୍ସଲ ଆକ୍ରମଣ ପର୍ଯ୍ୟନ୍ତ ସବୁଠାରୁ ଯାତ୍ରୀ ଏବଂ ରେଲୱେର ସୁରକ୍ଷା କରିବେ । ଆରପିଏଫର ଯବାନ ମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇ ଏହି ଫୋର୍ସ ଗଠନ କରାଯିବ । ଏହାସହ ଏହି ଫୋର୍ସର ଯବାନମାନଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦେଇ ମୁତୟନ କରାଯିବ । ଏହି କମାଣ୍ଡୋ ରେଲୱେ ଏବଂ ରେଳ ଯାତ୍ରୀଙ୍କୁ ସବୁ ବିପରିତ ଏବଂ ଖରାପ ପରିସ୍ଥିତିରେ ସୁରକ୍ଷା ପ୍ରଦାନ କରିବେ । 

କୋରସ କମାଣ୍ଡୋମାନଙ୍କ ଟ୍ରେନିଂ ଦେଶର ଶୀର୍ଷ କମାଣ୍ଡୋ ଟ୍ରେନିଂ ସେଣ୍ଟରରେ କରାଯିବ, ଯେଉଁଠାରେ ଏନଏସଜିର ଯବାନଙ୍କୁ ଟ୍ରେନିଂ ଦିଆଯାଇଥାଏ । ରେଲୱେ ପକ୍ଷରୁ ବୟାନ ଜାରି କରି କହୁଯାଇଛି ଯେ CORAS( COMANDO FOR RAILWAY SECURITY) କମାଣ୍ଡୋର ପ୍ରଥମ ବାଟାଲିୟନ ଗଠନ ହୋଇ ସାରିଛି । ସୂଚନାଯୋଗ୍ୟ ଯେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ମୁତୟନ ହେବାକୁ ଥିବା ଏହି କୋରସ ଯବାନ ମାନେ ଆରପିଏଫର ଆର୍ମ ବାଟାଲିୟନ RPSFଠାରୁ ଅଲଗା ରହିବେ । 

ମହିଳା ଏବଂ ପୁରୁଷଙ୍କୁ ମିଶାଇ ଏହି ବାଟାଲିୟନରେ 1200 ଜଣ ଯବାନଙ୍କୁ ସାମିଲ କରାଯାଇଛି । ଏହି କମାଣ୍ଡୋମାନେ ଆତଙ୍କବାଦୀ ଆକ୍ରମଣ, ବନ୍ଦୀ ସଂକଟ ଏବଂ ଆଭ୍ୟନ୍ତରୀଣ ଆକ୍ରମଣରେ ଧନ-ଜୀବନକୁ ରକ୍ଷା କରିବାରେ ନିପୂଣ ଅଟନ୍ତି । ମୁମ୍ୱାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରୁ ଆରମ୍ଭ କରି ନକ୍ସଲମାନଙ୍କ ଦ୍ୱାରା ରାଜଧାନୀ ଏକ୍ସପ୍ରେସକୁ ବନ୍ଧକ ରଖିବା ଘଟଣା ପରେ ଏହି ପରି ଏକ ସ୍ୱତନ୍ତ୍ର କମାଣ୍ଡୋ ଫୋର୍ସ ଗଠନ କରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ନୀତି ନଥିବାରୁ ଏହା ହୋଇ ପାରି ନଥିଲା ।