Home > ସଂମ୍ପୂର୍ଣ୍ଣ ଖବର
“ମେକ ଇନ ଇଣ୍ଡିଆ”: PSLV ତିଆରି କରିବା ପାଇଁ ଘରୋଇ କମ୍ପାନୀକୁ ଆମନ୍ତ୍ରଣ କଲା ଇସ୍ରୋ
Khabar Odisha:National-news-ISRO-Invited-Indian-Companies-To-Build-Five-PSLVs
ନୂଆଦିଲ୍ଲୀ, ଅଗଷ୍ଟ ୧୭ (ଖବର ଓଡିଶା) :

ପ୍ରଧାନମନ୍ତ୍ରୀ ମୋଦୀଙ୍କ ମେକ ଇନ ଇଣ୍ଡିଆ ଯୋଜନାରେ ପ୍ରେରିତ ହୋଇ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ଏବେ ଭାରତୀୟ କମ୍ପାନୀକୁ ପାଞ୍ଚୋଟି ପୋଲର ସେଟେଲାଇଟ ଲଞ୍ଚ ଭେଇକଲ(ପିଏସଏଲଭି) ନିର୍ମାଣ କରିବା ନେଇ ଆମନ୍ତ୍ରଣ କରିଛି । 

ଇସ୍ରୋର ଅଧ୍ୟକ୍ଷ କେ ଶିବନ ଏହି ସୂଚନା ଦେଇ କହିଛନ୍ତି ଯେ ଆମେ ଏହାକୁ ଇଓଆଇ(ଏକ୍ସପ୍ରେସନ ଅଫ ଇଣ୍ଟରେଷ୍ଟ) କହୁଛୁ ଏବଂ ଏହା କୌଣସି ବିଦେଶୀ କମ୍ପାନୀ ପାଇଁ ନୁହେଁ । ଇସ୍ରୋ କିଛି ଦିନ ଧରି ଏହି ଇସ୍ରୋ ଏହା ଉପରେ ବିଚାର କରୁଥିଲା ଏବଂ ଆମେ ଏହା ଅନୁଭବ କରୁଛୁ ଯେ ଏହା ଦ୍ୱାରା ସରକାରଙ୍କ ମେକ ଇନ ଇଣ୍ଡିଆ ଯୋଜନା ଅଧିକ ଜନାଦ୍ରୁତ ହୋଇ ପାରିବ ।  

ନିକଟରେ ଇସ୍ରୋର ଗଠନ ହେବାର 50 ବର୍ଷ ପୂର୍ତ୍ତି ହୋଇଛି । ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ର(ବିଏସଏସସୀ)ର ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ସ୍ୱେଦେଶୀ ଜ୍ଞାନକୌଶଳରେ ନିର୍ମିତ ହେଉଥିବା ପିଏସଏଲଭି ଲଞ୍ଚ ଭେଇକଲ ପାଇଁ 200 କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ ।