Home > ସଂମ୍ପୂର୍ଣ୍ଣ ଖବର
ଭାରତ ଏବଂ ଚୀନ ମଧ୍ୟରେ ଡିସେମ୍ୱରରେ ହେବ ଆତଙ୍କ-ନିରୋଧୀ ମିଳିତ ସୈନ୍ୟ ଅଭ୍ୟାସ
Khabar Odisha:National-news-India-And-China-To-Jointly-Hold-Anti-Terror-Exercise-In-December-2019
ନୂଆଦିଲ୍ଲୀ, ଅକ୍ଟୋବର ୦୯(ଖବର ଓଡ଼ିଶା):

ଭାରତ ଏବଂ ଚୀନ ନିଜର ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁଦ କରିବା ପାଇଁ 2019 ଡିସେମ୍ୱର ମାସରେ ଆତଙ୍କରୋଧୀ ସଂଯୁକ୍ତ ସୈନ୍ୟ ଅଭ୍ୟାସ ଆୟୋଜିତ କରିବେ । ଏହି ଯୁଦ୍ଧଭ୍ୟାସ କେଉଁଠାରେ ଆୟୋଜିତ ହେବ ସେନେଇ କୌଣସି ସରକାରୀ ସୂଚନା ମିଳିନାହିଁ । ଉଲ୍ଲେଖଯୋଗ୍ୟ ଯେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଅକ୍ଟୋବର 11 ତାରିଖରେ ଦୁନିଆ ଭାରତ ଗସ୍ତରେ ଆସିବେ । ଚୀନ ରାଷ୍ଟ୍ରମୁଖ୍ୟଙ୍କ ସହ ଚୀନର ବିଦେଶ ମନ୍ତ୍ରୀ ଏବଂ ପୋଲିତ ବ୍ୟୁର ସଦସ୍ୟ ଭାରତ ଆସିବେ । ଦୁଇ ଦେଶର ନେତା ଚେନ୍ନାଇରେ ଆଣଆନୁଷ୍ଠାନିକ ଭାବେ ଦ୍ୱିପାକ୍ଷିକ ଆଲୋଚନା କରିବେ ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ପିଏମ ନରେନ୍ଦ୍ର ମୋଦୀଙ୍କ ଆଲୋଚନାରେ ଆତଙ୍କବାଦ, ଟେରର ଫଣ୍ଡିଂ ଏବଂ ସମର୍ଥନ ପରି ବିଷୟ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି । ଅଣଅନୁଷ୍ଠାନିକ ଯାତ୍ରା ହୋଇଥିବାରୁ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ବୁଝାମଣା ସ୍ୱାକ୍ଷର ହେବ ନାହିଁ ଏହାସହ ଦୁଇ ଦେଶ ପକ୍ଷରୁ କୌଣସି ସରକାରୀ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରାଯିବନି ।