Home > ସଂମ୍ପୂର୍ଣ୍ଣ ଖବର
୩୮ ବର୍ଷ ଧରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାକ୍ଷୀ ବାନ୍ଧୁଛନ୍ତି ତାଙ୍କ ପାକିସ୍ତାନୀ ଭଉଣୀ, ଚଳିତଥର ବି ଦିଲ୍ଲୀ ପହଞ୍ଚିଲେ
Khabar Odisha:National-news-PM-Narendra-Modis-Pakistani-Sister-Kamar-Moshsin-Reaches-Delhi-To-Celebrate-Raksha-Bandhan
ନୂଆଦିଲ୍ଲୀ, ଅଗଷ୍ଟ ୧୪ (ଖବର ଓଡିଶା) :

ଚଳିତଥର ସ୍ୱାଧିନତା ଦିବସ ଦୁଇ ଦୁଇଟି ଖୁସି ନେଇ ଆସିଛି । ଗୋଟିଏ ପଟେ ସାରା ଦେଶ ସ୍ୱତନ୍ତ୍ରତା ଦିବସ ପାଳନ କରୁଥିବ ଅନ୍ୟପଟେ ଏହି ଦିନରେ ସାରା ଦେଶରେ ରକ୍ଷାବନ୍ଧନର ପର୍ବ ମଧ୍ୟ ପାଳନ କରାଯିବ । ରକ୍ଷାବନ୍ଧନକୁ ନେଇ ସାରା ଦେଶରେ ପ୍ରସ୍ତୁତି ଜାରି ରହିଛି । 

ଗୋଟିଏ ପଟେ ସାରା ଦେଶର ଭଉଣୀମାନେ ନିଜ ଭାଇଙ୍କ ପାଇଁ ରାକ୍ଷୀ କିଣିବାରେ ଲାଗଥିବା ବେଳେ ଅନ୍ୟପଟେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ତାଙ୍କ ପାକିସ୍ତାନୀ ଭଉଣୀ କମର ମୋହସିଲ ହସନ ଦିଲ୍ଲୀରେ ପହଁଞ୍ଚିଛନ୍ତି । 

ଉଲ୍ଲେଖଯୋଗ୍ୟ ଯେ କମର ମୋହସିନ ହସନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦୀର୍ଘ 38 ବର୍ଷ ଧରି ରାକ୍ଷୀ ବାନ୍ଧି ଆସୁଛନ୍ତି । ଯେତେବେଳେ ପିଏମଙ୍କୁ ରାକ୍ଷୀ ବାନ୍ଧିବା ଆରମ୍ଭ କରିଥିଲେ ସେହି ସମୟରେ ସେ ଜଣେ ସଂଘର କାର୍ଯ୍ୟକର୍ତ୍ତା ଥିଲେ । ମୋହସିନ ହସନଙ୍କ ପରିବାର ପାକିସ୍ତାନର କରାଚୀରୁ ଆସି ଗୁଜୁରାଟରେ ବାସ କରୁଛନ୍ତି । ବର୍ତ୍ତମାନ ମୋହସିନ ଅହମଦାବରେ ହିଁ ବାସ କରନ୍ତି । ପ୍ରତ୍ୟେକ ବର୍ଷ 38 ବର୍ଷ ହେଲା ପିଏମ ମୋଦୀଙ୍କୁ ରାକ୍ଷୀ ବନ୍ଧୁଛନ୍ତି । ସେ ସବୁବେଳେ ତାଙ୍କ ବାସଭବନକୁ ଯାଇ ରାକ୍ଷୀ ବାନ୍ଧିଥାନ୍ତି । ପିଏ ମୋଦୀ ମଧ୍ୟ ମୋହସିନ ହସନଙ୍କୁ ଅଧିକ ସ୍ନେହ କରୁଛନ୍ତି ।